କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା , ୪ ଆହତ
ମାଲକାନଗିରି, ୦୪ ଅକ୍ଟୋବର(ହି.ସ.) – ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କାଲିମେଳା ବ୍ଲକ ଏମ୍‌ଭି ୩୧ ଗ୍ରାମ ନିକଟରେ ଆଜି ସକାଳୁ ସଡ଼କ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ମୋଟର ସାଇକେଲ ଓ କାର୍ ମୁହାଁମୁହିଁ ହୋଇ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେ
କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ


କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ


ମାଲକାନଗିରି, ୦୪ ଅକ୍ଟୋବର(ହି.ସ.) – ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କାଲିମେଳା ବ୍ଲକ ଏମ୍‌ଭି ୩୧ ଗ୍ରାମ ନିକଟରେ ଆଜି ସକାଳୁ ସଡ଼କ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ମୋଟର ସାଇକେଲ ଓ କାର୍ ମୁହାଁମୁହିଁ ହୋଇ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଏମ୍‌ଭି ୩୧ ଗ୍ରାମ ନିକଟରେ ଏକ କାର୍ ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଥିବାବେଳେ କାର୍ ମଧ୍ୟରେ ଥିବା ୩ ଜଣ ମଧ୍ୟ ଆହତ ହୋଇଛନ୍ତି। କାର୍ ଚାଳକ ଜଗାରାଓ କୋରାପୁଟରୁ ଆସୁଥିବାବେଳେ ମୋଟର ସାଇକେଲ ଚାଳକ ଏମ୍‌ପିଭି ୬୨ ଗ୍ରାମର ଅର୍ଜୁନ ମିସ୍ତ୍ରୀ ଜୟପୁର ଅଭିମୁଖେ ଯାଉଥିବା ସମୟରେ କାର୍ ଚାଳକ ମୋଟର ସାଇକେଲ୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ତେବେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଛନ୍ତି। ଗୁରତର ଅର୍ଜୁନଙ୍କୁ ମାଲକାଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି!

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

 rajesh pande