ମଧ୍ୟପ୍ରଦେଶରେ ୯ ଶିଶୁଙ୍କ ମୃତ୍ୟୁର କାରଣ ସାଜିଲା କୋଲଡ୍ରିଫ୍ କଫ୍ ସିରପ୍‌, ବିକ୍ରୟ ଉପରେ ଲାଗିଲା ପ୍ରତିବନ୍ଧକ
ଭୋପାଳ, ୪ ଅକ୍ଟୋବର (ହି.ସ.)- ରୋଗକୁ ଦୂର କରିଥିବା କଫ୍ ସିରପ ସାଜିଲା ଶିଶୁ ମାନଙ୍କ ମୃତ୍ୟୁର କାରଣ । ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ପରାସିୟା ବ୍ଲକରେ ୯ ଜଣ ଶିଶୁଙ୍କ ମୃତ୍ୟୁ ପରେ, ମଧ୍ୟପ୍ରଦେଶରେ କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି
ମଧ୍ୟପ୍ରଦେଶରେ ୯ ଶିଶୁଙ୍କ ମୃତ୍ୟୁର କାରଣ ସାଜିଲା କୋଲଡ୍ରିଫ୍ କଫ୍ ସିରପ୍‌, ବିକ୍ରୟ ଉପରେ ଲାଗିଲା ପ୍ରତିବନ୍ଧକ


ଭୋପାଳ, ୪ ଅକ୍ଟୋବର (ହି.ସ.)- ରୋଗକୁ ଦୂର କରିଥିବା କଫ୍ ସିରପ ସାଜିଲା ଶିଶୁ ମାନଙ୍କ ମୃତ୍ୟୁର କାରଣ । ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ପରାସିୟା ବ୍ଲକରେ ୯ ଜଣ ଶିଶୁଙ୍କ ମୃତ୍ୟୁ ପରେ, ମଧ୍ୟପ୍ରଦେଶରେ କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜେ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ ଶନିବାର ସୋସିଆଲ ମିଡିଆରେ କହିଛନ୍ତି ଯେ, କୋଲଡ୍ରିଫ୍ ସିରପ୍ ଯୋଗୁଁ ଛିନ୍ଦୱାଡାରେ ପିଲାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ । ଏହି ସିରପ୍ ବିକ୍ରୟ ସମଗ୍ର ମଧ୍ୟପ୍ରଦେଶରେ ନିଷିଦ୍ଧ କରାଯାଇଛି । ସିରପ୍ ପ୍ରସ୍ତୁତ କରୁଥିବା କମ୍ପାନୀର ଅନ୍ୟ ଉତ୍ପାଦ ବିକ୍ରୟ ଉପରେ ମଧ୍ୟ ନିଷେଧ କରାଯାଉଛି ।

ସେ କହିଛନ୍ତି ଯେ, ସିରପ୍ ତିଆରି କରୁଥିବା କାରଖାନା କାଂଚିପୁରମରେ ଅବସ୍ଥିତ, ତେଣୁ ଘଟଣା ଜାଣିବା ପରେ, ରାଜ୍ୟ ସରକାର ତାମିଲନାଡୁ ସରକାରଙ୍କୁ ତଦନ୍ତ କରିବାକୁ କହିଥିଲେ । ଆଜି ସକାଳେ ତଦନ୍ତ ରିପୋର୍ଟ ମିଳିଛି । ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିଲାମାନଙ୍କ ଦୁଃଖଦ ମୃତ୍ୟୁ ପରେ ସ୍ଥାନୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସ୍ତରରେ ମଧ୍ୟ ଏକ ଦଳ ଗଠନ କରାଯାଇଛି । ଦୋଷୀମାନଙ୍କୁ କୌଣସି ପ୍ରକାରେ ଛଡ଼ାଯିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande