ଜୟପୁର, ୪ ଅକ୍ଟୋବର (ହି.ସ.)- ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ଆଜି ଜିଲା କଂଗ୍ରେସ ତରଫରୁ ଭୋଟ ଚୋରି ବିରୋଧରେ ଦସ୍ତଖତ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି । ଏହା ସହ ନୂତନ ଭାବେ ନିଯୁକ୍ତି ପାଇ ଥିବା ଜିଲା ସଭାପତି ରୁପକ ତୁରକକୁ ସମ୍ବର୍ଦ୍ଧନା ଦିଆଯାଇଛି । ଦସ୍ତଖତ ଅଭିଯାନରେ କୋରାପୁଟ ଜିଲାର ୧ ଲକ୍ଷ ଲୋକଙ୍କ ଦସ୍ତଖତ କରି ପିସିସି ଙ୍କୁ ପଠାଯିବ । ଏଆଇସିସିକୁ ଏହାକୁ ସଂଗ୍ରହ କରି ମୁଖ୍ୟ ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସୂଚନା ଦେଇଛନ୍ତି । ଦେଶ ସାରା ପ୍ରତ୍ୟେକ ଜିଲା, ନିର୍ବାଚନ ମଣ୍ଡଳିରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି, ରାଜ୍ୟମହିଳା କଂଗ୍ରେସର ସଭାନେତ୍ରୀ ମିନିକ୍ଷୀ ବାହିନିପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜିଲା ସଭାପତି ରୁପକ ତୁରୁକ, ପଯ୍ୟବେକ୍ଷକ ଭରତ ଭୁଷଣ ବେନାଲ, ଅଖିଳ ଭତ୍ରା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ ସହ ଜିଲାର ବିଭିନ୍ନ ସଂଗଠନର ନେତା କର୍ମୀ, ଯୁବ ଛାତ୍ର, ମହିଳା ଓ କିଷାନ କଂଗ୍ରେସର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି