ଭାଇଯୁଇନ୍ତିଆ ପାଇଁ ଯାଇଥିବା ପତ୍ନୀ ଅନୁପସ୍ଥିତିରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ : ମେଡ଼ିକାଲରେ ଭର୍ତି
ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଲଖପାଲି ଗ୍ରାମରେ ଏକ ଅଭୋନୀୟ ଘଟଣା ଘଟିଛି। ପୁଇଁନ୍ତଳା ବ୍ଲକ ଲଖପାଲି(ବିଶ୍ୱାଲ ପାଲି) ଗ୍ରାମରେ ରହୁଥିବା ଜଣେ ଯୁବକ(୩୫) ଭୀମସେନ ବିଶ୍ୱାଳ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଅଳ୍ପକେ ବର୍ତିଯାଇଛନ୍ତି। ତାଙ
ଭାଇଯୁଇନ୍ତିଆ ପାଇଁ ଯାଇଥିବା ପତ୍ନୀ ଅନୁପସ୍ଥିତିରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ : ମେଡ଼ିକାଲରେ ଭର୍ତି


ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଲଖପାଲି ଗ୍ରାମରେ ଏକ ଅଭୋନୀୟ ଘଟଣା ଘଟିଛି। ପୁଇଁନ୍ତଳା ବ୍ଲକ ଲଖପାଲି(ବିଶ୍ୱାଲ ପାଲି) ଗ୍ରାମରେ ରହୁଥିବା ଜଣେ ଯୁବକ(୩୫) ଭୀମସେନ ବିଶ୍ୱାଳ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଅଳ୍ପକେ ବର୍ତିଯାଇଛନ୍ତି। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ଯୁବକଙ୍କୁ ସର୍ଜରୀ ୱାର୍ଡରେ ଭର୍ତି କରାଯାଇ ଚିକିତ୍ସା କରାଯାଉଅଛି। ଭୀମ ସେନ ହଠାତ୍ ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟିଦେଇଥିଲେ। ତାଙ୍କ ସ୍ତ୍ରୀ ଦଶହରାରେ ଭାଇଜିଉନ୍ତିଆ କରିବା ପାଇଁ ତାଙ୍କ ବାପ ଘରକୁ ଯାଇଥିବାବେଳେ ତାଙ୍କ ଅନୁପସ୍ଥିତିରେ ଭୀମସେନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତମାନ ସେ ଚିକିତ୍ସାଧୀନଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande