ମାଲକାନଗିରି, ୦୪ ଅକ୍ଟୋବର(ହି.ସ.) – ପୋଖରୀରେ ବୁଡି ନାବାଳକ ମୃତ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମ ପଂଚାୟତ ଅନ୍ତର୍ଗତ ଏମ୍ଭି ୭୪ ଗାଁରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଶିଶୁ ଟି ନିଜ ଘର ନିକଟସ୍ଥ ଏକ ପୋଖରୀ ପାର୍ଶ୍ୱରେ ଖେଳୁଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକ ନାବାଳକ ଗାଁର ବାବୁଲୁ ଡ଼ାଙ୍ଗୀଙ୍କ ପୁଅ ଆୟୁଷ ଡ଼ାଙ୍ଗୀ(ଦେଢ଼ ବର୍ଷ) ବୋଲି ଜଣାପଡିଛି। ଘଟଣାସ୍ଥଳରେ କାଲିମେଳା ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କାଲିମେଳା ଡାକ୍ତରଖାନା ପଠେଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ