ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ମେରା ଯୁବା ଭାରତ, ବଲାଙ୍ଗୀର(ଭାରତ ସରକାରଙ୍କ ଯୁବ ଓ କ୍ରିଡ଼ା ବ୍ୟାପାର ବିଭାଗ) ଓ ଅଧ୍ୟାତ୍ମ ଜ୍ଞାନ ମନ୍ଦିର, କାଲିଝରଣର ମିଳିତ ସହଯୋଗ ଦ୍ୱାରା ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା। ମନ୍ଦିର ମୁଖ୍ୟ ପରିଚାଳକ ନୂତନ କୁମାର ଭୋଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ପରିବାରର ସଦସ୍ୟମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ଏବଂ ବରିଷ୍ଠ ନାଗରିକମାନଙ୍କର ନିଜସ୍ୱ ଶାରୀରିକ ଓ ମାନସିକ ସଚେତନତା ଉପରେ ସଚେତନ କରାଇଥିଲେ। ସତ୍ସଙ୍ଗ ମାଧ୍ୟମରେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଉପଦେଶ ମାଧ୍ୟମରେ ଯୁବବର୍ଗଙ୍କୁ ବରିଷ୍ଠ ନାଗରିକମାନଙ୍କ ପ୍ରତି ସେବାଭାବ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ବରିଷ୍ଠ ନାଗରିକମାନଙ୍କୁ ଅଧ୍ୟାତ୍ମ ଜ୍ଞାନ ମନ୍ଦିରର ‘ଉଦ୍ଭିଦ ବାଟିକା’ର ଦୁର୍ଲଭ ବୃକ୍ଷଲତାମାନଙ୍କର ଦର୍ଶନ କରାଇଥିଲେ। ମନ୍ଦିର ପରିଚାଳନା ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା। ମେରା ଯୁବ ଭାରତ, ବଲାଙ୍ଗୀରର କର୍ମକର୍ତା ବଳିଆର ସିଂ ବସ୍ତିଆ କାର୍ଯ୍ୟକ୍ରମର ମହତ୍ୱ ଉଦ୍ଦେଶ୍ୟ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ