ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠୁଛି
ମାଲକାନଗିରି, ୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠାଉଛି ସମବାୟ ବିଭାଗ । ତଦନ୍ତ ରିପୋର୍ଟ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀଙ୍କ ଦୁର୍ନୀତିର ପୂରା ମୁଖା ଖୋଲିଦେଇଛି। ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ
ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠୁଛି


ମାଲକାନଗିରି, ୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠାଉଛି ସମବାୟ ବିଭାଗ । ତଦନ୍ତ ରିପୋର୍ଟ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀଙ୍କ ଦୁର୍ନୀତିର ପୂରା ମୁଖା ଖୋଲିଦେଇଛି।

ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରୁ ଧୀରେ ଧୀରେ ପରଦା ଉଠୁଛି। ମାଲକାନଗିରି ସମବାୟ ବିଭାଗର ତଦନ୍ତ ରିପୋର୍ଟ ପରିଚାଳନା କମିଟି ସଦସ୍ୟ ଏବଂ କର୍ମଚାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିଛି । ସନ୍ତୋଷୀ ପରିଡ଼ା (ଲ୍ୟାମ୍ପସ୍‌ ଏମ୍‌ଡି), ଜୀବନ ସାହୁ (ଲ୍ୟାମ୍ପସ୍‌ ନିର୍ଦ୍ଦେଶକ), ମୁନିବତୀ ବୁଡ଼ୁବାଡ଼େ (ଲ୍ୟାମ୍ପସ ପରିଷଦ ସଭାପତି), ଉଦୟ ମାଦ୍ରୀ (ନିର୍ଦ୍ଦେଶକ), ଡମୁଣି ପୂଜାରୀ (ଲ୍ୟାମ୍ପସ ଉପସଭାପତି), ହଳଧର ପୂଜାରୀ (ନିର୍ଦ୍ଦେଶକ) । ଏମାନେ ସମସ୍ତେ ଲ୍ୟାମ୍ପସରେ ପରିବାରବାଦ ଚଳାଇଥିବା କର୍ମଚାରୀ । ସମବାୟ ନିୟମକୁ ଫୁ' କରି ଚାଷୀଙ୍କ ଋଣ ଟଙ୍କାକୁ ନେଇ ଚଲାଇଥିଲେ ମନମାନି । ଖାଲି ଋଣ ନୁହେଁ ଏମିତି ଅନେକ ଦୁର୍ନୀତି ତଦନ୍ତ ରିପୋର୍ଟରୁ ବାବୁମାନଙ୍କ କାରନାମା ଧରା ପଡ଼ିଛି । ଏସବୁ ଦୁର୍ନୀତିର ତଦନ୍ତ କରି ଉଭୟ କର୍ମଚାରୀ ଏବଂ ପରିଷଦର ନିର୍ଦ୍ଦେଶକଙ୍କୁ କୈଫିୟତ ମାଗିଛି ସମବାୟ ବିଭାଗ । ଅନ୍ନଦାତାଙ୍କ ପେଟକୁ ଲାତ ମାରି ଲ୍ୟାମ୍ପସ ମାଧ୍ୟମରେ କୋଟିକୋଟି ଉପାର୍ଜନର ମାଧ୍ୟମ ପାଲଟିଛି । ଆଗାମୀ ଦିନରେ ବିଭାଗର ତଦନ୍ତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

 rajesh pande