ମୁଖ୍ୟ କେନାଲରେ ଗୋଡ଼ ଖସି ଯୁବକର ମୃତ୍ୟୁ
ଜୟପୁର, ୪ ଅକ୍ଟୋବର (ହି.ସ.)- ଜୟପୁର ଦେଇ ଯାଇଥିବା ମୁଖ୍ୟ କେନାଲରେ ଗୋଡ ଖସି ଯୁବକର ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ଇରିଗେସନ କୋଲନିର ଧରମ ଜିତ ସିଂ (୩୧) । ସୂଚନା ଅନୁଯାୟୀ, ମୁଖ୍ୟ କେନାଲରେ ଜଣେ ଯୁବକ ପଡି ଯାଇଥିବା ଖବର ପାଇ ଜୟପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥ
ମୁଖ୍ୟ କେନାଲରେ ଗୋଡ଼ ଖସି ଯୁବକର ମୃତ୍ୟୁ


ଜୟପୁର, ୪ ଅକ୍ଟୋବର (ହି.ସ.)- ଜୟପୁର ଦେଇ ଯାଇଥିବା ମୁଖ୍ୟ କେନାଲରେ ଗୋଡ ଖସି ଯୁବକର ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ଇରିଗେସନ କୋଲନିର ଧରମ ଜିତ ସିଂ (୩୧) । ସୂଚନା ଅନୁଯାୟୀ, ମୁଖ୍ୟ କେନାଲରେ ଜଣେ ଯୁବକ ପଡି ଯାଇଥିବା ଖବର ପାଇ ଜୟପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲା । ମୁଖ୍ୟ କେନାଲର ଡଙ୍ଗାଗୁଡା ନିକଟରେ ଅଚେତ ଅବସ୍ଥାରେ ଉଦ୍ଧାର କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜୟପୁର ଟାଉନ ଥାନାରେ ପୋଲିସ ଶନିବାର ୨୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ଅପରାହ୍ନ ୩ଟା ସମୟରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି

 rajesh pande