ଜୟପୁର, ୪ ଅକ୍ଟୋବର (ହି.ସ.)- ଜୟପୁର ଗୋପବନ୍ଧୁ ନଗରରେ ଜଣେ ଯୁବକ ବେକରେ ଶାଢିି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଗୋପବନ୍ଧୁ ନଗର ହରି ନାୟକ (୨୯) ।
ସୂଚନା ଅନୁଯାୟୀ, ଗୋପବନ୍ଧୁ ନଗରରେ ଗତକାଲି ରାତ୍ରରେ ହରି ନାୟକ ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ହରିକୁ ଉଦ୍ଧାର କରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ଟାଉନ ପୋଲିସ ୨୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ଶବ ବ୍ୟବଛେଦ କରି ଅପରାହ୍ନ ୧ଟା ସମୟରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଟାଉନ ଥାନା ଅଧିକାରି ଇଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ମୃତ ହରିଙ୍କ ନିଜ ଘର ବ୍ରହ୍ମପୁର ହୋଇଥିବା ବେଳେ ଜୟପୁରରେ ମାଛ ବିକ୍ରୟ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି