ଅପରେସନ ଚକ୍ର ଅଭିଯାନରେ ୭ ଜୁଆଡ଼ି ଗିରଫ
ପୁରୀ, ୦୪ ଅକ୍ଟୋବର(ହି.ସ.) – ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଅପରେଶନ ଚକ୍ର ଅଭିଯାନରେ ଜୁଆଖେଳ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସତ୍ୟବାଦୀ ଥାନା ଓ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ଅଲଗା ଅଲଗା ଚଢ଼ାଉ କରାଯାଇ ମୋଟ ୭ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।
ଅପରେସନ ଚକ୍ର ଅଭିଯାନରେ ୭ ଜୁଆଡ଼ି ଗିରଫ


ପୁରୀ, ୦୪ ଅକ୍ଟୋବର(ହି.ସ.) – ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଅପରେଶନ ଚକ୍ର ଅଭିଯାନରେ ଜୁଆଖେଳ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସତ୍ୟବାଦୀ ଥାନା ଓ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ଅଲଗା ଅଲଗା ଚଢ଼ାଉ କରାଯାଇ ମୋଟ ୭ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଚନ୍ଦନପୁର ଥାନା ପୋଲିସ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରି ୭୫୦ ଟଙ୍କା ଜବତ କରିଛି ଓ ଖେଳ ସାମଗ୍ରୀ ଜବତ କରିଛି। ସତ୍ୟବାଦୀ ଥାନା ପୋଲିସ ମଧ୍ୟ ୨ ଜଣ ଜୁଆଡିଙ୍କୁ ଗିରଫ କରି ୮,୧୫୦ ଟଙ୍କା ଓ ଜୁଆଖେଳର ସାମଗ୍ରୀ ଜବତ କରିଛନ୍ତି। ପୁରୀ ଜିଲ୍ଲାରେ ଏହି ବର୍ଷ ମୋଟ ୧୩ଟି ମାମଲା ରୁଜୁ ହୋଇଛି। ଚନ୍ଦନପୁର ଥାନାରେ ୩ଟି, ସଦର ଥାନାରେ ୫ ଟି, ସତ୍ୟବାଦୀ ଥାନାରେ ୨ଟି, ବାସେଳୀସାହି ଥାନାରେ ୧ଟି ଓ ଚାରିଛକ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ମୋଟ ୬୭ ଜଣ ଜୁଆ ଖେଳରେ ଜଡ଼ିତ ଅପରାଧିଙ୍କୁ ଗିରଫ କରି ୪ଲକ୍ଷ ୭୫ହଜାର ୬୯୦ଟଙ୍କା ଜବତ୍ କରାଯାଇଛି। ଜନସାଧାରଣ ଯଦି ନିଜ ଅଂଚଳରେ ଏପରି ଜୁଆଖେଳ ଚାଲୁଥିବା ଦେଖନ୍ତି, ତେବେ ଦୟାକରି ୧୧୨ ନମ୍ବରରେ କଲ୍ କରନ୍ତୁ କିମ୍ବା ନିକଟସ୍ଥ ଥାନାକୁ ଜଣାନ୍ତୁ। ପୁରୀ ପୋଲିସ ଅପରାଧ ଦମନ ଓ ସମାଜରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସଦା ପ୍ରତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବିଜୟ

 rajesh pande