ମେହର, 4 ଅକ୍ଟୋବର (ହି.ସ.)
- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ଼. ମୋହନ ଭାଗବତ ଶନିବାର ସକାଳେ
ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ମୈହର ପହଞ୍ଚିଛନ୍ତି। ସେ ଏଠାରେ ପ୍ରସିଦ୍ଧ ମା ଶାରଦା ମନ୍ଦିରର
ଦର୍ଶନ କରି ପୂଜା-ଅର୍ଚ୍ଚନା କରିବେ। ମୈହରର ଏହି ମନ୍ଦିରଟି ଶକ୍ତିପୀଠ ଭାବେ ପରିଚିତ ଓ ଲୋକମାନଙ୍କ
ପାଇଁ ଏହା ଏକ ଭକ୍ତି ଓ ଆସ୍ଥାର ବଡ଼ କେନ୍ଦ୍ର।
ଦର୍ଶନ ପରେ ସରସଂଘଚାଳକ ସତନା ଜିଲ୍ଲାର ଉତେଲୀ ଅଞ୍ଚଳରେ ଆୟୋଜିତ ପ୍ରାନ୍ତ ସ୍ତରୀୟ
ବିସ୍ତାରକ ବର୍ଗକୁ ସମ୍ବୋଧନ କରିବେ। ଏହି ବର୍ଗରେ ସମଗ୍ର ରାଜ୍ୟରୁ ସଂଘ ପ୍ରଚାରକମାନେ
ଅଂଶଗ୍ରହଣ କରିବେ ଓ ସଂଗଠନର ଆଗାମୀ ଯୋଜନାଗୁଡ଼ିକୁ ନେଇ ଆଲୋଚନା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା