ଉଜ୍ଜୟିନ, ୫ ଅକ୍ଟୋବର (ହି.ସ.)। ମଧ୍ୟ ପ୍ରଦେଶର ଉଜ୍ଜୟିନରେ ଭାରତୀୟ କ୍ରିକେଟ ଟିମର ବରିଷ୍ଠ ଖେଳାଳି ଶିଖର ଧବନ ରବିବାର ସକାଳେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଆୟୋଜିତ ଭସ୍ମ ଆରତିରେ ସାମିଲ ହୋଇ ଭଗବାନ୍ ମହାକାଳଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
ଏହି ଅବସରରେ ଶ୍ରୀ ମହାକାଳେଶ୍ୱର ମନ୍ଦିର ପ୍ରବନ୍ଧ ସମିତି ପକ୍ଷରୁ ସହାୟକ ପ୍ରଶାସକଙ୍କ ଦ୍ୱାରା ତାଙ୍କୁ ବିଧିବଦ୍ଧ ଭାବେ ସମ୍ମାନ କରାଯାଇଥିଲା।
ଶିଖର ଧବନ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ , ସେ ଆଜି ଅତ୍ୟନ୍ତ ଅଭିଭୂତ। ବାବା ମହାକାଳଙ୍କର କୃପାରେ ସେ ଆଜି ନିଜ କ୍ୟାରିୟରକୁ ଏହି ସ୍ଥାନ ପର୍ଯ୍ୟନ୍ତ ଆସି ପାରିଛନ୍ତି। ସବୁ ବାବାଙ୍କର ଆଶୀର୍ବାଦ। “ଯେତେବେଳେ ମନରେ ଇଚ୍ଛା ହୁଏ, ବାବା ମହାକାଳ ମୋତେ ଡାକି ଆଣନ୍ତି ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ