ଆଗ୍ରାରେ ପାର୍କିଂ ହୋଇଥିବା କ୍ୟାଂଟର ପଛରେ ଧକ୍କାଦେଲା ଟ୍ରକ୍‌, ୪ ମୃତ
ଆଗ୍ରା, ୫ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ରକ ଏକ ପାର୍କିଂ ହୋଇଥିବା କ୍ୟାଂଟରକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସିକନ୍ଦରା ଥାନା ଅଧିକାରୀ ପ୍ରଦୀପ ତ୍ରିପାଠି କହିଛନ୍ତି ଯେ
ଆଗ୍ରାରେ ପାର୍କିଂ ହୋଇଥିବା କ୍ୟାଂଟର ପଛରେ ଧକ୍କାଦେଲା ଟ୍ରକ୍‌, ୪ ମୃତ


ଆଗ୍ରା, ୫ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ରକ ଏକ ପାର୍କିଂ ହୋଇଥିବା କ୍ୟାଂଟରକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

ସିକନ୍ଦରା ଥାନା ଅଧିକାରୀ ପ୍ରଦୀପ ତ୍ରିପାଠି କହିଛନ୍ତି ଯେ, ରୁଙ୍କଟା ଫ୍ଲାଏଓଭରରୁ ବାଉଁଶ ବୋଝେଇ ଏକ ଟ୍ରକ୍ ତଳକୁ ଓହ୍ଲାଉଥିଲା । ଟ୍ରକ୍ ଟି ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଅନ୍ୟ ଏକ କ୍ୟାଂଟର ପଛରେ ଧକ୍କା ଦେଇଥିଲା । ଟ୍ରକ୍ ର ଆଗ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ କ୍ୟାବିନରେ ଡ୍ରାଇଭର ସମେତ ଚାରି ଜଣ ଫସି ରହିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ଆଉ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande