ଗଞ୍ଜାମ, ୬ ଅକ୍ଟୋବର (ହି.ସ.)-
ବ୍ରହ୍ମପୁର ସହରର ପ୍ରମୁଖ ଦୁଇ ଗୋଟି ରାସ୍ତା କିଛି କିଛି ବ୍ୟବଧାନରେ, ରାସ୍ତାର ମଧ୍ୟ ଭାଗରେ ଅତି କଦର୍ଯ୍ୟ ହୋଇ ରହିଥିବା ନଜିର ଅଛି, ରାସ୍ତା କଡ଼ରେ ଥିବା ଡ୍ରେନ ମଧ୍ୟ କଦର୍ଯ୍ୟ ହୋଇ ରହିଥିବା ଜଣାପଡିଛି । ପ୍ରଥମତଃ ବିଜିପୁର ଠାରୁ ଗୋଷାଣୀ ନୂଆଗାଁ ଦେଇ ଅନ୍ଧପସରା ରାସ୍ତାକୁ ସଂଯୋଗ କରୁଥିବା ପର୍ଯ୍ୟନ୍ତ, ସେହିପରି ଅନ୍ୟଟି ହେଉଛି ବିଜିପୁର ଛକ ଠାରୁ ବ୍ରହ୍ମପୁର ରେଳଷ୍ଟେସନ ପର୍ଯ୍ୟନ୍ତ l ନିହାତି ଭାବେ ଏହି ଦୁଇଟି ରାସ୍ତାର ମରାମତି କାର୍ଯ୍ଯ ହେବା ଉଚିତ୍ ଯେହେତୁ ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯାତାୟତ କରିଥାନ୍ତି, ଏଭଳି ପରିସ୍ଥିତିକୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଜନତା ବହୁ ମାତ୍ରାରେ ଉପକୃତ ହେବେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ