ଖୋର୍ଦ୍ଧା, 6 ଅକ୍ଟୋବର (ହି.ସ.) ସୋମବାର ଧରାବତରରଣ କରିଛନ୍ତି ମା' ଗଜଲକ୍ଷ୍ମୀ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ସହର। ଘଣ୍ଟଘଣ୍ଟା, ଶଙ୍ଖନାଦରେ କମ୍ପୁଛି ପୂଜାମଣ୍ଡପ ଗୁଡ଼ିକ।ଏପରିକି ଆକର୍ଷଣୀୟ ସାଜସଜ୍ଜା ସହ ରଙ୍ଗିନ୍ ଆଲୋକମାଳାରେ ଝଲସୁଛି ସହର। ।ସହରର ୩୧ ମଣ୍ଡପରେ ରେ ପୂଜା ପଉଛନ୍ତି ମା' ଗଜଲକ୍ଷ୍ମୀ ବସ୍ଷ୍ଟାଣ୍ଡର ନବଜ୍ୟୋତି ଗଜଲକ୍ଷ୍ମୀ ପୁରୁଣା ବସ୍ଵ ପୂଜା କମିଟି ହେଉଛି ସର୍ବ ପୁରାତନ ପୂଜା କମିଟି । ତେବେ ଖୋର୍ଦ୍ଧା ସହରରେ ଏନ୍ ଏନ୍ଏସି ମାର୍କେଟ ପୂଜା କମିଟ, ଗୁରୁଜଙ୍ଗ ଦ୍ବାରିକା ନଗର ଗଜଲକ୍ଷ୍ମୀ ପୂଜା କମିଟି, କାହ୍ନୁ ସାଗର ପୋଖରୀ ନିକଟ ପରିଡ଼ା ମାର୍କେଟ କମ୍ପ୍ଲେକ୍ସ୍ ଗଜଲକ୍ଷ୍ମ ପୂଜା କମିଟି, ପୁରୁଣା ବସ୍ଷ୍ଟାଣ୍ଡ ଏଏସି ମାର୍କେଟ ବ୍ୟବସାୟୀ ସଂଘ, ନୟାଗଡ଼ ଗଡ଼ ଲକ୍ଷ୍ମୀ ରୋଡ୍ ଗଜଲକ୍ଷ୍ମୀ ପୂଜା କମିଟି, ନୂଆ ମେଡିକାଲ ଔଷଧ ବ୍ୟବସାୟୀ ସଂଘ, ଭାଲିଆବାଡ଼ି ଗଜଲକ୍ଷ୍ମୀ ପୂଜା କମିଟି, ନୂଆ ବସ୍ଷ୍ଟାଣ୍ଡ ନିକଟ ମା' ବାଟମଙ୍ଗଳା ଶ୍ରମିକ ସଂଘ, ବ୍ଲକ ଅଫିସ ନିକଟ କଣ୍ଟାଛକ ବ୍ୟବସାୟୀ ସଂଘ, ନୂଆ ବସ୍ଷ୍ଟାଣ୍ଡ ଟ୍ରାଫିକ୍ ଛକ ନିକଟ ପଲ୍ଲାହାଟ ବ୍ୟବସାୟୀ ସଂଘ, ନୂଆ ବସ୍ଷ୍ଟାଣ୍ଡ ରୋଡ୍ ମଧୁସୂଦନ ମାର୍ଗ ବ୍ୟବସାୟୀ ସଂଘ, ଦିବ୍ୟଜ୍ୟୋତି ବ୍ୟବସାୟୀ ସଂଘ, ନୂଆ ବସ୍ଷ୍ଟାଣ୍ଡ ମ୍ୟୁନିସିପାଲିଟି ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ, ଦିବ୍ୟାଶା ମାର୍କେଟ କମ୍ପ୍ଲେକ୍ସ ବ୍ୟବସାଯ ସାୟୀ ସଂଘ, ଶକୁନ୍ତଳା ମାର୍କେଟ କମ୍ପ୍ଲେକ୍ସ ନିକଟ ନୂଆ ବସ୍ଷ୍ଟାଣ୍ଡ ରୋଡ୍ ସଦ୍ଭାବନା ବ୍ୟବସାୟୀ ସଂଘ, ଫରେଷ୍ଠ ସ୍କୁଲ ସମ୍ମୁଖ ମହାବୀର ଟ୍ୟାକ୍ସି ସଂଘ, ଟ୍ରାଫିକ୍ ଛକ ଗଜଲକ୍ଷ୍ମୀ ପୂଜା କମିଟି, ପୁରୁଣା ମେଡିକାଲ ରୋଡ୍ ବ୍ୟବସାୟୀ ସଂଘ ଏବଂ ଗୋପବନ୍ଧୁ ବ୍ୟବସାୟୀ ସଂଘ ପୁରୁଣା ମେଡିକାଲ ରୋଡ୍ କୋର୍ଟ ସମ୍ମୁଖ ପଦ୍ମାଳୟା ବ୍ୟବସାୟୀ ସଂଘ, ଏସ୍ବିଆଇ ଛକ ନିକଟ ମା ବରୁଣେଇ ଟାଟା ଏସିଇ ସଂଘ, ବାଳିକା ହାଇସ୍କୁଲ ସ୍କୁଲ ସମ୍ମୁଖ ସମ୍ମୁଖ ଗାନ୍ଧୀ ମାର୍କେଟ ବ୍ୟବସାୟୀ ସଂଘ, ବାପୁଜୀ । ବ୍ୟବସାୟୀ ସଂଘ, ଟିଏଲସି ସ୍ଥିତ ପରିବା ବ୍ୟବସାୟୀ ସଂଘ, ପୌର କାର୍ଯ୍ୟାଳୟ ରୋଡ୍ ସୁନ୍ଦରୀବର ବ୍ୟବସାୟୀ ସଂଘ, ଉପର ସାହି ଗଜଲକ୍ଷ୍ମୀ ପୂଜା କମିଟି, କାମନାବର ଗଜଲକ୍ଷ୍ମୀ ପୂଜା କମିଟି, ଠେଙ୍ଗାହାଟ ସାଗରକନ୍ୟା ଗଜଲକ୍ଷ୍ମୀ ପୂଜା କମିଟି, ଶାଗୁଆନି ବଗିଚା ଗଜଲକ୍ଷ୍ମୀ ପୂଜା କମିଟି, ଗଡ଼ଖୋର୍ଦ୍ଧା ଗଜଲକ୍ଷ୍ମୀ ପୂଜା କମିଟି, ମୁକୁନ୍ଦପ୍ରସାଦ ଗଜଲକ୍ଷ୍ମୀ ପୂଜା କମିଟି, ମେନ୍ରୋଡ୍ ବ୍ୟବସାୟୀ ସଂଘ ପ୍ରମୁଖ ସ୍ଥାନରେ ମହା ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି।ତେବେ ଶୃଙ୍ଖଳିତ ପୂଜା ଆୟୋଜନ ଲାଗି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶ୍ରୁଖଳା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ