Bhubaneswar, 6 ଅକ୍ଟୋବର (ହି.ସ.)
ଭୁବନେଶ୍ୱର ମହାନଗର ନିଗମ( ବିଏମ୍ ସି)କମିଶନର ଆଜି ସକାଳୁ ସକାଳୁ 24 ନମ୍ବର ଓ୍ୱାର୍ଡ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଓ୍ୱାର୍ଡରେ ଚାଲିଥିବା ପରିମଳ ବ୍ୟବସ୍ଥା ବୁଲି ଦେଖିବା ସହ ବିଭିନ୍ନ ଡ୍ରେନ, ରାସ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିଥିଲେ । ପରିମଳ ସେବା, ବର୍ଜ୍ୟ ସଂଗ୍ରହ ବ୍ୟାଗ୍ ର ବ୍ୟବହାର, ସଫେଇ ଗାଡିର ନିୟମିତତା ସାଙ୍ଗକୁ ଜବରଦଖଲ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଓ ଆବଶ୍ୟକତା ବାବଦରେ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି l କମିଶନରଙ୍କ ଏହି କ୍ଷେତ୍ର ପରିଦର୍ଶନରେ ସ୍ଥାନୀୟ ଲୋକେ ବେଶ ଖୁସି ପ୍ରକଟ କରିବା ସହ ବିଏମ୍ ସିର କର୍ଯ୍ୟକୁ ପ୍ରସଂଶା କରିଛନ୍ତି । ଓ୍ୱାର୍ଡରେ ଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସଂପୃକ୍ତ ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି କମିଶନର । ଏହି ପରିଦର୍ଶନ ସମୟରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଦୀପକ ମିଶ୍ର, ଡେପୁଟି କମିଶନର ପରିମଳ, ଜୋନାଲ କମିଶନର, ବିଏମ୍ ସିର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା