ବଲାଙ୍ଗିର, 6 ଅକ୍ଟୋବର (ହି.ସ.)ବଲାଙ୍ଗିର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭାର ଆୟୋଜରେ ନୂଆଁଖାଇ ଭେଟ- ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜକ ଟିକେ ଜାଲ ମା’ ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ପୌରାଞ୍ଚଳ ଯାଦବ ମହାସଭାର ସଭାପତି ସନ୍ଦୀପ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ମା’ ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜର ଯୁବ ସଙ୍ଗଠନକୁ ମଜବୁତ, ଆର୍ଥିକ ଅଭିବୃଦ୍ଧି, ପଶୁପାଳନ ଉପରେ ସମାଜର ଭାଇମାନେ ସବୁବେଳେ ଧ୍ୟାନ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ବାଗ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ସେଲମା, ଜିଲ୍ଲା ସଂପାଦକ ଖୁସିରାମ ଦୀପ, ଜିଲ୍ଲା ସହ ସଂପାଦକ ଦେବେନ୍ଦ୍ର ହାତୀ, ମୁନିରାମ ନାଗ, ଜିଲ୍ଲା ସଭାନେତ୍ରୀ ମୃଣ୍ମୟୀ ଭୋଇ, ପୌରାଞ୍ଚଳ ଉପ ସଭାପତି ସରୋଜ କୁମାର ଗହୀର, ପୌରାଞ୍ଚଳ କୋଷାଧ୍ୟକ୍ଷ ବାସୁଦେବ ନାଗ, ବଲାଙ୍ଗିର ସଦର ବ୍ଲକ ସଭାପତି ଗୋଲାପ ବାଗ, ବେଲପଡା ବ୍ଲକ ସଭାପତି ଗୋକୁଳ ଖର୍ସେଲ, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ପୁଇଁନ୍ତଲା ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ସଇଁନ୍ତଲା ବ୍ଲକ ସଭାପତି ମନୋହର ବାଗ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ସଚିତା ନନ୍ଦ ବଗର୍ତ୍ତୀ, ମୁନା ଗୌଡ, କ୍ରୀଡା କ୍ଷେତ୍ରରେ ଶ୍ଵେତା ଠେଲା, ଦୟାସାଗର କଠାର, କଳା କ୍ଷେତ୍ରରେ ବ୍ରହ୍ମାନନ୍ଦ ବନଛୋର, ଚୈତନ୍ୟ ମଟାରୀ, କିଶୋର ଜାଲ, ବ୍ୟବସାୟୀ କ୍ଷେତ୍ରରେ ଧୃବ ଯୁଏଡ, ମୁରଲୀ ବେହେରା, ସମାଜସେବା କ୍ଷେତ୍ରରେ ଜନ୍ମେଜୟ ଚନ୍ଦନ, ପିତାମ୍ବର ବନଛୋର, ସମାଜର ବରିଷ୍ଠ ସଦସ୍ୟ ଘାସିରାମ ଯୁଏଡ, ସନ୍ୟାସୀ ବଘାର ଏବଂ ପୌରାଞ୍ଚଳର ସମସ୍ତ ୱାର୍ଡର ଯାଦବ ସଙ୍ଗଠନକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ସମାଜର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଅନାଦି ପୋଢଙ୍କ ପରିବାର ବର୍ଗଙ୍କୁ ମରଣତ୍ତୋର ସମ୍ମାନ ପ୍ରଦାନ କରାଯାଇଥିଲା
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ