ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ବ ବିଦ୍ୟାଳୟ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ
କେନ୍ଦୁଝର, ୬ ଅକ୍ଟୋବର (ହି.ସ.)- କେନ୍ଦୁଝର ପୁରୁଣା ସହରରେ ଅବସ୍ଥିତ ସୁଖ ଶାନ୍ତି ସରୋବର ସଭା କକ୍ଷ ରେ ବ୍ରହ୍ମ କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ବ୍ରହ୍ମ କୁମାର କୁଳମଣି ଭାଇଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥି ବୃନ୍ଦ ଓ ସ
ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ବ ବିଦ୍ୟାଳୟ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ


କେନ୍ଦୁଝର, ୬ ଅକ୍ଟୋବର (ହି.ସ.)- କେନ୍ଦୁଝର ପୁରୁଣା ସହରରେ ଅବସ୍ଥିତ ସୁଖ ଶାନ୍ତି ସରୋବର ସଭା କକ୍ଷ ରେ ବ୍ରହ୍ମ କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ବ୍ରହ୍ମ କୁମାର କୁଳମଣି ଭାଇଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥି ବୃନ୍ଦ ଓ ସମସ୍ତ ବରିଷ୍ଠ ନାଗରିକଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ଉପଢୌକନ ଭାବେ ସୁନ୍ଦର ଶାଲ୍ ମଧ୍ଯ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥୁ ଭାବେ ସୁପରିଚିତ ବରିଷ୍ଠ ଡାକ୍ତର ତଥା କେନ୍ଦୁଝର ସିଟିଜେନ ଫୋରମର ସଭାପତି ଡଃ ଅରୁଣ ସାହୁ ଯୋଗଦେଇ ଅବକ୍ଷୟ ସମାଜ କୁ ଦିଗଦର୍ଶନ ଦେବାପାଇଁ ବରିଷ୍ଠ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ ତଥା ସାହିତ୍ୟିକ ଭରତ ପାତ୍ର, ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମଲୋଚନ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳମଣି ସାହୁ ଯୋଗ ଦେଇ କହିଥିଲେ ଯେ ବରିଷ୍ଠ ନାଗରିକ ମାନେ ସମାଜର ବୋଝ ନୁହଁନ୍ତି ସେମାନେ ସମାଜର ସଂପତ୍ତି।

ଏଣୁ ଆତ୍ମକୈନ୍ଦ୍ରିକ ସ୍ବାର୍ଥପର ଜୀବନଯାପନ ନକରି ନିଜର ଅର୍ଜିତ ଜ୍ଞାନ ଓ ବିପୁଳ ଅଭିଜ୍ଞତା ବଳରେ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେବାର ସଙ୍ଗେ ସଙ୍ଗେ ଆଜିର ଦିଗଭ୍ରଷ୍ଟ ଯୁବପିଢିକୁ ସଠିକ ମାର୍ଗରେ ପରିଚାଳିତ କରିପାରିବେ। ଅନୁଷ୍ଠାନର ମୁଖ୍ୟ ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମକୁମାରୀ ବିନ୍ଦୁ ଭଉଣୀ, ଧରଣୀଧର ବିଶ୍ବ ବିଦ୍ୟାଳୟ ର ରେଜିଷ୍ଟ୍ରାର ତଥା ବ୍ରହ୍ମକୁମାରୀ ପ୍ରତିଭା ପୃଷ୍ଟି ଓ ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମକୁମାରୀ ଜୟନ୍ତୀ ଭଉଣୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜୀବନରେ ଶାନ୍ତି, ସନ୍ତୋଷ ଲାଭକରିବା ପାଇଁ ରାଜଯୋଗ ଏକ ସହଜ ଓ ସରଳ ମାଧ୍ୟମ। ଏଣୁ, ବରିଷ୍ଠ ନାଗରିକ ମାନେ ନିୟମିତ ରାଜଯୋଗ ମାଧ୍ୟମରେ ଶାରୀରିକ, ମାନସିକ ସୁସୁତା ହାସଲ କରି ନିରୋଗ ସୁଖମୟ ଜୀବନ ବିତାଇ ପାରିବେ। ବ୍ରହ୍ମ କୁମାର ଘନଶ୍ୟାମ ଭାଇ ତାଙ୍କର ସୁଦୀର୍ଘ ରାଜଯୋଗୀ ଜୀବନର ମଧୁର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ବ୍ରହ୍ମକୁମାର ଘନଶ୍ୟାମ ଭାଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଜିଲ୍ଲା ପରିଷଦ ସଦସ୍ୟ ବ୍ରହ୍ମକୁମାର ରଥଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ୬୦ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ମହନୀୟ ଆନନ୍ଦମୟ ଉତ୍ସବକୁ ସଫଳ କରିବା ନିମନ୍ତେ ବ୍ରହ୍ମ କୁମାରୀ ମିକୁ, ପ୍ରତିଭା, ବନିତା, ମମତା, ଯଶୋଦା, ରଙ୍ଗଲତାଟୁନୀ ଓ ବ୍ରହ୍ମକୁମାର ସତ୍ୟାନନ୍ଦ, ଲୋକନାଥ, ସୁମନ, ଅନୁପ, ରାଜ, ଶିବୁ ଇତ୍ୟାଦି ସକ୍ରିୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande