ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୋଟ ଚୋର-ଗାଦି ଛୋଡକୁ ନେଇ ଦସ୍ତଖତ ଅଭିଯାନର ଶୁଭାରମ୍ଭ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ନଳିନୀ କାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଭୋଟ ଚୋରୀ ପ୍ରତିବାଦରେ ଭଦ୍ରକ ଜିଲ୍ଲା ରେ ଦସ୍ତଖତ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏଥି ନେଇ ଆୟୋଜିତ ଜିଲ୍ଲା ସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତ
CONGRESS DASTAKHATA ABHIJAN


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ନଳିନୀ କାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଭୋଟ ଚୋରୀ ପ୍ରତିବାଦରେ ଭଦ୍ରକ ଜିଲ୍ଲା ରେ ଦସ୍ତଖତ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏଥି ନେଇ ଆୟୋଜିତ ଜିଲ୍ଲା ସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି,ପିସିସି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ଚନ୍ଦ, ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ପ୍ରକାଶ ଜ୍ୟୋତି ମହାକୁଡ଼,ପିସିସି ଦଳିତ ସେଲ ର ସମ୍ପାଦକ ରଞ୍ଜନ ଜେନା,ଜିଲ୍ଲା ଦଳିତ ସେଲ ସଭାପତି ବିଦ୍ୟାଧର ଜେନା ପ୍ରମୁଖ ଯୋଗଦେଇଥିଲେ । ସର୍ବଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ କେନ୍ଦ୍ରରେ ଚାଲୁଥିବା ବିଜେପି ସରକାର କିପରି ଭୋଟ ଚୋରି କରି କ୍ଷମତାସିନ ହୋଇପାରିଛି ତାର ପ୍ରତିବାଦରେ ହେବାକୁ ଥିବା ଦସ୍ତଖତ ଅଭିଯାନକୁ ଦଳୀୟ କର୍ମୀ,ସାଧାରଣ ଭୋଟର, ସଚେତନ ନାଗରିକ ଏବଂ ସବୁ ବର୍ଗର ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ଭୋଟ ଚୁରି ହେଉଥିବା ସମ୍ପର୍କରେ ସଚେତନ କରାଇ ଦସ୍ତଖତ ଅଭିଯାନକୁ ସଫଳ କରିବାକୁ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ବକ୍ତବ୍ୟ ଦେଇଥିଲେ । ଭୋଟ ଚୋର-ଗାଦି ଛୋଡ ନେଇ ହେବାକୁ ଥିବା ଦସ୍ତଖତ ଅଭିଯାନ ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କୁ ସଂଯୋଜକ ଭାବେ ନିଯୁକ୍ତି କରାଗଲା ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଜିଲ୍ଲା ସ୍ତରୀୟ କର୍ମୀ ସମାବେଶ ଘୋଷଣା କରିଥିଲେ କ୍ଷକ୍ଷ ପରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଙ୍କ ସମେତ ଦଳୀୟ ନେତାମାନେ ଦସ୍ତଖତ ଫର୍ମକୁ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ ସଭାପତି ପୀତବାସ ଧଳ, ଧାମନଗର ବ୍ଲକ ସଭାପତି ରମେଶ ଚନ୍ଦ୍ର ବେହେରା, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ, ଆରଜିପିଆରଏସ ର ନେତା ପଦ୍ୟୁମ୍ନ ଦାସ,ଯୁବ ନେତା ବଳରାମ ରାଉତ, ଚାନ୍ଦବାଲି ଟାଉନ ସଭାପତି ବଦ୍ରି ନାୟକ, ଧାମନଗର ଟାଉନ ସଭାପତି ମାନସ ରଞ୍ଜନ ବେହେରା,ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାଦ ସିଦ୍ଧିକ, ଧାମନଗର ନିର୍ବାଚନ ମଣ୍ଡଳୀ ସଭାପତି ଆଲୋକ ସ୍ୱାଇଁ, ଭଦ୍ରକ ବ୍ଲକ ନିର୍ବାଚନ ମଣ୍ଡଳୀ ସଭାପତି ଇଲିଆସ ଖାଁ, ରାଉତ,ସୁଶାନ୍ତ ବାରିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଯୁବ ନେତା ବିଜୟ ବାରିକ, ରାଜକିଶୋର ପଣ୍ଡା, ମନୋଜ ମଲ୍ଲିକ ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande