ମୁଖ୍ୟ ବିଚାରପତିଙ୍କ ଉପରେ ଆକ୍ରମଣକୁ ସି.ପି.ଆଇ.(ଏମ୍‌) ର ନିନ୍ଦା
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ ବ୍ୟୁରୋ ଭାରତର ମୁଖ୍ୟ ବିଚାରପତି ବି ଆର୍ ଗବାଇଙ୍କ ଉପରେ ଜୋତା ଫିଙ୍ଗିବାର କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରିଛି । ସମ୍ପୃକ୍ତ ଆଇନଜୀବୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସି.ପି.ଆଇ.(ଏ
ମୁଖ୍ୟ ବିଚାରପତିଙ୍କ ଉପରେ ଆକ୍ରମଣକୁ ସି.ପି.ଆଇ.(ଏମ୍‌) ର ନିନ୍ଦା


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ ବ୍ୟୁରୋ ଭାରତର ମୁଖ୍ୟ ବିଚାରପତି ବି ଆର୍ ଗବାଇଙ୍କ ଉପରେ ଜୋତା ଫିଙ୍ଗିବାର କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରିଛି । ସମ୍ପୃକ୍ତ ଆଇନଜୀବୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସି.ପି.ଆଇ.(ଏମ୍‌) ଦାବି କରିଛି।

ସିପିଆଇ ଏମ୍ ଅଭିଯୋଗ କରିଛି ଯେ ଖୋଲା କୋର୍ଟରୁମ୍ ରେ ମୁଖ୍ୟ ବିଚାରପତି ବି ଆର୍ ଗବାଇଙ୍କ ଉପରେ ଜୋତା ଫିଙ୍ଗାଯାଇଛି, ଏବଂ ସନାତନ ଧର୍ମର ସମର୍ଥନରେ ନାରା/ ସ୍ଲୋଗାନ ଦିଆଯାଇଛି । ବିଜେପିର ମୁଖ୍ୟମନ୍ତ୍ରୀମାନେ, ମନ୍ତ୍ରୀମାନେ ଏବଂ ନେତାମାନଙ୍କର ସାମ୍ପ୍ରତିକ କଥାଗୁଡ଼ିକ ଯାହାକି ଜାତିବାଦୀ, ମନୁବାଦୀ ଏବଂ ସାମ୍ପ୍ରଦାୟିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଛି, ଏହିପରି କାର୍ଯ୍ୟକୁ ଉତ୍ସାହିତ କରିଛି । ଏହି ଘଟଣା ହିନ୍ଦୁତ୍ୱ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଦ୍ୱାରା ସମାଜରେ ଭର୍ତି କରାଯାଇଥିବା ମନୁବାଦୀ ଏବଂ ସାମ୍ପ୍ରଦାୟିକ ବିଷର ଆଉ ଏକ ଉଦାହରଣ । ଏହା ସଂଘ ପରିବାରର ଅସହିଷ୍ଣୁତା ଏବଂ ସେମାନଙ୍କ ଚିନ୍ତାଧାରା ସହିତ ମେଳ ଖାଉନଥିବା କୌଣସି ମତକୁ ଗ୍ରହଣ କରିବାକୁ ଅନିଚ୍ଛାର ପ୍ରତିଫଳନ କରୁଛି । ସି.ପି.ଆଇ.(ଏମ୍‌) ଦାବି କରୁଛି ଯେ କେନ୍ଦ୍ର ସରକାର ବି ଆର୍ ଗବାଇଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଅନ୍ତୁ । ସରକାର ଅସହିଷ୍ଣୁତା ବିସ୍ତାର କରୁଥିବା ବ୍ୟକ୍ତି ଏବଂ ସଂଗଠନମାନଙ୍କ ସହିତ କଠୋର ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ପ୍ରତିବାଦର ଅଧିକାରକୁ ସୁରକ୍ଷିତ ରଖନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande