କୋରେଇ, ୬ ଅକ୍ଟୋବର (ହି.ସ.)- ଯାଜପୁର ଜିଲ୍ଲାରୁ ପ୍ରକାଶିତ “ଚାହାଣି” ପତ୍ରିକାର ରୋପ୍ୟଜୟନ୍ତୀ -୨୦୨୫ର ପୂଜାସଂଖ୍ୟା କୋରାଇ ବ୍ଲ ମୂଳାପାଳ ପଂଚାୟତର ଲିଙ୍ଗେଶ୍ୱର ବିହାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସୁନାମଧନ୍ୟ ଗାଳ୍ପିକ ଓ ଲେଖକ ତଥା ଶ୍ରମିକ ନେତା ମାୟାଧର ନାୟକ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ମଂଚର ସଭାପତି ଶିକ୍ଷାବିତ ଅନନ୍ତ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବିଶିଷ୍ଟ କବି ଡ଼ଃ ରାଜ କିଶୋର ପାଢୀ, ମୂଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ଗୋକର୍ଣିକା ସାହିତ୍ୟ ସଂସଦର ସମ୍ପାଦକ ଡ଼କ୍ଟର ରମାକାନ୍ତ ଜେନା, ଗୀତିକାର ବୃନ୍ଦାବନ ସାହୁ, ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଦୈତାରୀ ଧଳ ,ଶିକ୍ଷାବିତ ବ୍ରଜ କିଶୋର ଦାଶଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ “ଚାହାଣି” ପତ୍ରିକାର ସମ୍ପାଦକ ଓ ଅଧ୍ୟାପକ ଡ଼କ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ଲିଖିତ ପ୍ରବନ୍ଧ ପୁସ୍ତକ “କଥାରେ କଥାରେ “ସଙ୍କଳନକୁ ଉନ୍ମୋଚନ କରିଥିଲେ । ଏଥି ସହିତ ସମ୍ପାଦକ ଡ଼କ୍ଟର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ସାଗରିକ ରଥ, ଅଧ୍ୟାପକ ରମାକାନ୍ତ ବରାଳ,ଗଶେଶ୍ୱର ବେହେରା,ରିଶିକା ପଣ୍ଡ.ସାଇଶଙ୍କର ବାରିକ, ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଚାହାଣୀ ପୁରସ୍କାର ବିଶିଷ୍ଟ ଗାଳ୍ପିକ ଡ଼କ୍ଟ ସଚ୍ଚିଦ୍ଦାନନ୍ଦ କର,ଶିଶୁ ସାହିତ୍ୟିକ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ,ଚାହାଣି ସମ୍ମାନବରିଷ୍ଟ ସାମ୍ବାଦିକ ମାନସ ରଞନ ଧଳଙ୍କୁ ପ୍ରଦାନ କରାଯାଇଥିଲା ।
ପ୍ରଥମ ଅଧିବେଶନରେ ଅଧ୍ୟପକ ଦାମୋଦର ବେହେରାଙ୍କ ସଭାପତିତ୍ୱ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ମୂଖ୍ୟ ଅତିଥି ଭାବେ ଡ଼କ୍ଟର ସଚ୍ଚିଦାନନ୍ଦ କର ଏବଂ ବକ୍ତା ଭାବେ ଡ଼କ୍ଟର ପ୍ରଶାନ୍ତ କୁୂମାର ସ୍ୱାଇଁ ଯୋଗ ଦେଇଥିଲେ । ଅତିଥି ଭାବେ ଶିକ୍ଷାବିତ ବଟକୃଷ୍ନ ସ୍ୱାଇଁ, ବୃନ୍ଦାବନ ସାହୁ, ଦିଲ୍ଲୀପ କୁମାର ଧଳ, ବନମାଳୀ ଦାସ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପିକା ସାଗରିକା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ