ପାଞ୍ଚଟି ଚୋରା ଟ୍ରକ୍ ଜବତ ସହ ଜଣେ ଡ୍ରାଇଭର ଅଟକ
ଚମ୍ପୁଆ, , 6 ଅକ୍ଟୋବର (ହି.ସ.)ଚମ୍ପୁଆ ଉପଖଣ୍ଡସ୍ଥ ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମ ନିକଟ ଉଦଲ ବାଡି ଷ୍ଟୋକୟାର୍ଡରୁ ୫ ଟି ଚୋରା ଲୁହାପଥର ବୋଝେଇ ଟ୍ରକକୁ ଜବତ କରିଛି ରୁଗୁଡି ପୋଲିସ୍। କୌଣସି ସୂତ୍ରରୁ ଖବର ପାଇ ରୁଗୁଡି ପୋଲିସ୍ ର ଏକ ଟିମ୍ ବେଆଇନ୍ ଭାବରେ ଚୋରା
ପାଞ୍ଚଟି ଚୋରା ଟ୍ରକ୍ ଜବତ ସହ ଜଣେ ଡ୍ରାଇଭର ଅଟକ


ଚମ୍ପୁଆ, , 6 ଅକ୍ଟୋବର (ହି.ସ.)ଚମ୍ପୁଆ ଉପଖଣ୍ଡସ୍ଥ ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମ ନିକଟ ଉଦଲ ବାଡି ଷ୍ଟୋକୟାର୍ଡରୁ ୫ ଟି ଚୋରା ଲୁହାପଥର ବୋଝେଇ ଟ୍ରକକୁ ଜବତ କରିଛି ରୁଗୁଡି ପୋଲିସ୍। କୌଣସି ସୂତ୍ରରୁ ଖବର ପାଇ ରୁଗୁଡି ପୋଲିସ୍ ର ଏକ ଟିମ୍ ବେଆଇନ୍ ଭାବରେ ଚୋରା ଲୁହାପଥର ପରିବହନ ହେଉଥିବା ସ୍ଥାନକୁ ଚଢ଼ାଉ କରିଥିବା ବେଳେ ୫ ଟି ଟ୍ରକ ଗାଡ଼ି ସହ ଜଣେ ଡ୍ରାଇଭରକୁ ଅଟକ ରଖିଛି। ଲୋଡ଼ିଂ ପାଇଁ ବ୍ୟବହୃତ ଜେସିବି ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ତେବେ ଉକ୍ତ ଗାଡ଼ିଙ୍କ ମଧ୍ୟରୁ ଦୁଇଟି ଗାଡ଼ି ଲୋଡ ହୋଇଥିବା ବେଳେ ଅନ୍ୟ ତିନୋଟି ଖାଲି ଥିଲା। ପୋଲିସ୍ ଆସିବା ଜାଣିପାରି ଅନ୍ୟ ଡ୍ରାଇଭର ମାନେ ଚମ୍ପଟ୍ ମାରିବାରେ ସଫଳ ହୋଇଥିଲେ। ଘଟଣା ସ୍ଥଳରୁ ଜଣେ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଉକ୍ତ ଗାଡିକୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି । ତେବେ ପୋଲିସ ଅଧିକ ତଦନ୍ତ ଲାଗି ଗିରଫ ଡ୍ରାଇଭରକୁ ପଚରା ଉଚରା ଜାରି ରଖିଛି। ତେବେ ଏହି କଞ୍ଚାମାଲ ଗୁଡିକ କେଜେଏସ ଆଲୱେଲିଆ ର ବୋଲି କୁହା ଯାଉଥିବାବେଳେ ଓ ଏମ ସି ର ତତ୍ତ୍ୱାବଧାନରେ ଜେ ଏସ ଡବ୍ଲୁ ଲିଜ ଅଞ୍ଚଳରେ ଗଚ୍ଛିତ କରି ରଖା ଯାଇଥିଲା । ଏହି ମାମଲାର ପୁଙ୍ଖାନପୁଙ୍ଖ ତଦନ୍ତ ଚାଲିଛି, ଖୁବ୍ ଶିଘ୍ର ପୁରା ଘଟଣାର ତଥ୍ଯ ସାମ୍ନାକୁ ଆସିବ ବୋଲି ରୁଗୁଡ଼ି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande