ସିଆରପିଏଫ୍ ସବ୍ ଇନ୍ସପେକ୍ଟର ବଳରାମ ବେହେରାଙ୍କ ବଳିଦାନରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ଜାମ୍ମୁ ଓ କାଶ୍ମୀରରେ କର୍ତବ୍ୟରତ କେନ୍ଦୁଝରର ସିଆରପିଏଫ୍ ସବ୍ ଇନ୍ସପେକ୍ଟର ବଳରାମ ବେହେରାଙ୍କ ବଳିଦାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜାମ୍ମୁ ଓ କାଶ୍ମୀରରେ କର୍ତବ୍ୟରତ ୫୨ ବାଟାଲିୟନ,ସିଆରପିଏ
ସିଆରପିଏଫ୍ ସବ୍ ଇନ୍ସପେକ୍ଟର ବଳରାମ ବେହେରାଙ୍କ ବଳିଦାନରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ)- ଜାମ୍ମୁ ଓ କାଶ୍ମୀରରେ କର୍ତବ୍ୟରତ କେନ୍ଦୁଝରର ସିଆରପିଏଫ୍ ସବ୍ ଇନ୍ସପେକ୍ଟର ବଳରାମ ବେହେରାଙ୍କ ବଳିଦାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜାମ୍ମୁ ଓ କାଶ୍ମୀରରେ କର୍ତବ୍ୟରତ ୫୨ ବାଟାଲିୟନ,ସିଆରପିଏଫ୍ ର ସବ୍ ଇନ୍ସପେକ୍ଟର ବଳରାମ ବେହେରାଙ୍କ ସର୍ବୋଚ୍ଚ ବଳିଦାନ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଏହି ବୀର ସନ୍ତାନଙ୍କ କର୍ତବ୍ୟ ନିଷ୍ଠା ଓ ସାହସ ସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାରବର୍ଗ, ବନ୍ଧୁ ଏବଂ ସହକର୍ମୀମାନଙ୍କୁ ମୋର ଗଭୀର ସମବେଦନା ଜଣାଉଛି । ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande