ଆମ ସରକାରରେ ବିକାଶ ଦେଖିବ ନୂଆପଡ଼ା- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନୂଆପଡ଼ା, ୬ ଅକ୍ଟୋବର (ହି.ସ.)- ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ଆଜି ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଖରିଆର ରୋଡ୍‌ ସହରକୁ ମ୍ୟୁନିସିପାଲଟି ଏବଂ କୋମନା ଓ ସିନାପାଲିକୁ ଏନଏସି ମାନ୍ୟତା ଦିଆଯିବା ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ମ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ


ନୂଆପଡ଼ା, ୬ ଅକ୍ଟୋବର (ହି.ସ.)- ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ଆଜି ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଖରିଆର ରୋଡ୍‌ ସହରକୁ ମ୍ୟୁନିସିପାଲଟି ଏବଂ କୋମନା ଓ ସିନାପାଲିକୁ ଏନଏସି ମାନ୍ୟତା ଦିଆଯିବା ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ୯୫୭ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଜଳସେଚନ ପାଇଁ ୮୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଆଗରୁ ଏନେଇ ଦୀର୍ଘ ଦିନଧରି ଦାବି ହୋଇଥିଲା। ସିନାପାଲି ଓ କୋମନାରେ ସବ୍ ରେଜିଷ୍ଟ୍ରର ଅଫିସ୍ ଖୋଲାଯିବା ନେଇ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ନୂଆପଡ଼ା ଜିଲ୍ଲାର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ । ଏହାସହ ବିଜେପି ସରକାର ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରିବେ। ସରକାର ରାଜ୍ୟର ସବୁ ଜିଲ୍ଲାକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଖରୀଆର ରୋଡ଼ ନଗର ଅଧ୍ୟକ୍ଷା ସୋନିଆ ଜୈନ ଉପସ୍ଥିତ ଥିବାବେଳେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande