ମୁଖ୍ୟ ବିଚାରପତି ଉପରେ ହୋଇଥିବା ଆକ୍ରମଣ ପ୍ରୟାସକୁ କଂଗ୍ରେସ କଲା ନିନ୍ଦା
ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ.)। କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ବି.ଆର. ଗବଇ ଉପରେ ହୋଇଥିବା ଆକ୍ରମଣ ପ୍ରୟାସ ଘଟଣାକୁ ନିନ୍ଦା କରିଛନ୍ତି। ବେଣୁଗୋପାଳ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏହି ଘଟଣା ଆମ ସମ୍ବିଧାନ ଉପରେ ଏକ ଆକ୍ରମଣ ଏବଂ
ମୁଖ୍ୟ ବିଚାରପତି ଉପରେ ହୋଇଥିବା ଆକ୍ରମଣ ପ୍ରୟାସକୁ କଂଗ୍ରେସ କଲା ନିନ୍ଦା


ନୂଆଦିଲ୍ଲୀ, ଅକ୍ଟୋବର 6 (ହି.ସ.)। କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ବି.ଆର. ଗବଇ ଉପରେ ହୋଇଥିବା ଆକ୍ରମଣ ପ୍ରୟାସ ଘଟଣାକୁ ନିନ୍ଦା କରିଛନ୍ତି।

ବେଣୁଗୋପାଳ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏହି ଘଟଣା ଆମ ସମ୍ବିଧାନ ଉପରେ ଏକ ଆକ୍ରମଣ ଏବଂ ସମ୍ବିଧାନର ସୁରକ୍ଷାକାରୀ ଶୀର୍ଷ ବିଚାରପତିଙ୍କୁ ଚାଲେଞ୍ଜ୍ କରିବାର ଏକ ନିରାଶାଜନକ ପ୍ରୟାସ । ମୁଖ୍ୟ ବିଚାରପତି ଗବଇ ସାମାଜିକ ଅସମାନତାକୁ ଅତିକ୍ରମ କରି ତାଙ୍କ ଯୋଗ୍ୟତା ଓ ଦୃଢ ସଂକଳ୍ପ ଦ୍ୱାରା ଏହି ପଦବୀକୁ ଅଧିକାର କରିଛନ୍ତି।

ଉଲ୍ଲେଖନୀୟ ଯେ, ଆଜି ଜଣେ 71 ବର୍ଷ ବୟସର ଓକିଲ ମୁଖ୍ୟ ବିଚାରପତି ଗବଇଙ୍କ ଉପରେ କିଛି ଫିଙ୍ଗିବାର ଚେଷ୍ଟା କରିଥିଲେ, ଯାହାକୁ ଦିଲ୍ଲୀ ପୁଲିସ ତତକ୍ଷଣାତ ରୋକି ଦେଇଥିଲା । ଏହି ଘଟଣା ସତ୍ତ୍ୱେ ମୁଖ୍ୟ ବିଚାରପତି ଶାନ୍ତିପୂର୍ଣ ମନୋଭାବରେ ଶୁଣାଣି ଜାରି ରଖିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande