କେନ୍ଦୁଝର, ୬ ଅକ୍ଟୋବର (ହି.ସ.)-
ପ୍ରତିବର୍ଷ ପରି ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜି ସକାଳ ୬ଟାରୁ ସ୍ଥାନୀୟ ରାମେଶ୍ଵର ମନ୍ଦିର ସାମ୍ନାରେ ଅନୁଷ୍ଠାନର କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମନ୍ଦିର ପୂଜାର୍ଚ୍ଚନା ସାରି ଶତାଧିକ ଶ୍ରଦ୍ଧାଳୁ ଏହି ସେବାର ସୁଯୋଗ ନେଉଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବାବେଳେ କମିଟି ତରଫରୁ ସଭାପତି ଜ୍ଞାନ ରଞ୍ଜନ ଦାଶ, ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, କିଶୋର କୁମାର ଜେନା, ହିମାଂଶୁ ଶେଖର ଦାସ, ଦୀପକ କୁମାର ଦାସ, ବାଦଲ ବିଶ୍ବାଳ, ସବ୍ୟସାଚୀ ସାହୁ, ଅଭିମନ୍ୟୁ ସାହୁ, ଅମୂଲ୍ୟ ମିଶ୍ରଙ୍କ ସମେତ ଅନ୍ୟମାନେ ଏହି ଧର୍ମୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ