ବଲାଙ୍ଗିର, ୬ ଅକ୍ଟୋବର (ହି.ସ.)- ସ୍ଥାନୀୟ ଦୈନିକ ବଜାର ସ୍ଥିତ ଗଜଲକ୍ଷ୍ମୀ ମନ୍ଦିରରେ ଆଜି ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳନ କରାଯାଇଛି। ଜଜମାନ ବାଦଲ ପାତ୍ର ସପତ୍ନୀ ପୂଜା ଏବଂ ହବନ ରେ ବସି ଥିଲେ ଦୂର୍ଯୋଧନ ହୋତା ପୂଜା ହବନ କରିଥିଲେ ଏବଂ ଉପସ୍ଥିତ ଭକ୍ତ ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଏହାପରେ ଅନ୍ନ ଭୋଗ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମର ଅଗ୍ରୱାଲ, ସୋମନାଥ ତଥା ଦୈନିକ ବଜାର କମିଟି ସଦସ୍ୟ ଓ ବ୍ୟବସାୟୀ ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ