ଜୁଆ ଆଡ୍ଡା ଉପରେ ଚଢ଼ଉ : ୨୦ ଜୁଆଡ଼ି ଗିରଫ
ଜୟପୁର, ୬ ଅକ୍ଟୋବର (ହି.ସ.)- ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ଟାଉନ ପୋଲିସ ଚଢଉ କରି ୯ ଜୁଆଡ଼ିଙ୍କୁ ଗିରଫ କରିଛି । ସଦର ପୋଲିସ ଫାମ୍ପୁଣିରେ ଚଢଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଟାଉନ ଓ ସଦର ପୋଲିସ ମୋଟ ୨୦ ଜଣ ଜୁଆଡ଼ିଙ୍କୁ ଗିରଫ କରି ୧ ଲକ୍ଷ ୫ ହଜାର ୨ ଶହ ୧୦ ଟଙ୍କା ଜବତ କରିଛି । ଜୟ
ଜୁଆ ଅଡ୍ଡା ଉପରେ ଚଢ଼ାଉ ୨୦ ଜୁଆଡ୍ଡୀ ଗିରଫ


ଜୟପୁର, ୬ ଅକ୍ଟୋବର (ହି.ସ.)- ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ଟାଉନ ପୋଲିସ ଚଢଉ କରି ୯ ଜୁଆଡ଼ିଙ୍କୁ ଗିରଫ କରିଛି । ସଦର ପୋଲିସ ଫାମ୍ପୁଣିରେ ଚଢଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଟାଉନ ଓ ସଦର ପୋଲିସ ମୋଟ ୨୦ ଜଣ ଜୁଆଡ଼ିଙ୍କୁ ଗିରଫ କରି ୧ ଲକ୍ଷ ୫ ହଜାର ୨ ଶହ ୧୦ ଟଙ୍କା ଜବତ କରିଛି । ଜୟପୁର ସହରର ସୌରାସାହିରେ ଖେଳ ଚାଲୁଥିବା ବେଳେ ଜୟପୁର ଟାଉନ ପୋଲିସ ଚଢଉ କରି ୯ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ଠାରୁ ୭୯ ହଜାର ୧ ଶହ ଟଙ୍କା ଜବତ କରିଛି । ଗିରଫ ଜୁଆଡ଼ିଙ୍କୁ ନୋଟିସରେ ଛଡାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାର ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ଗିରଫ ଜୁଆଡ଼ିମାନେ ହେଲେ ସଞ୍ଜିବ ସେନାପତି (୨୫), ଆକାଶ ମଣ୍ଡଳ (୨୫), ବିଜୟ କୁମାର ପାଣିଗ୍ରାହୀ (୩୨), ରାଜ କୁମାର ନାୟକ (୪୫), ସୁଶାନ୍ତ ପାଢୀ (୪୨), ସୁଶିଳ ସେନାପତି (୨୧), ରାକେଶ ମଣ୍ଡଳ (୨୪), ମୋହନ କୁମାର ପଣ୍ଡା (୨୧), ତପନ ଶେଖର ବାରିକ (୨୫) । ସେହପିର ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜୁଆ ଖେଳ ଚାଲୁଥିବା ଦେଖି ଚଢଉ କରିଥିଲା । ଫାମ୍ପୁଣି ତ୍ରିନାଥ ମନ୍ଦିର ନିକଟରେ ଖେଳ ଚାଲୁଥିବା ବେଳେ ଜୁଆଡ଼ି ମାନେ ଚମ୍ପଟ ମାରିଥିବା ବେଳେ ୧୧ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୨୬ ହଜାର ୧ ଶହ ୧୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅନନ୍ତ ବେହେରା (୨୪), ନରସିଂହ ପୁଜାରି (୩୩), ସନ୍ୟାସି ପୁଜାରି (୩୮), ବାଲିଜା ପ୍ରଧାନ (୪୦), ପ୍ରଶାନ୍ତ ପ୍ରଧାନ (୩୫ ), ରାଜେନ୍ଦ୍ର ପୁଜାରି (୪୯), ଶିବ ପ୍ରସାଦ ବିଶ୍ୱାଳ (୪୧), ଆନନ୍ଦ ବିଶ୍ୱାଳ (୩୨), ସୁବାସ ମଣ୍ଡଳ (୩୯) ତାରିଣି ପ୍ରଧାନ (୪୧),। ସନ୍ତୋଷ ପ୍ରଧାନ (୪୧) । ୧୧ ଗିରଫ ଅଭିଯୁକ୍ତଙ୍କ ଠାରୁ ଟଙ୍କା ତାସ ଜବତ କରିଛି ପୋଲିସ, ନୋଟିସରେ ଛାଡିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande