ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବ ଛାତ୍ର/ଛାତ୍ରୀ ମାନଙ୍କ ଏକତ୍ରୀକରଣ
କେନ୍ଦୁଝର, 6 ଅକ୍ଟୋବର (ହି.ସ.) ସ୍ଥାନୀୟ ଡି. ଡି. କଲେଜ ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ପୂର୍ବଛାତ୍ର ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଅଛି। ଏହି ଏକତ୍ରୀକରଣରେ ୧୪୭ ଜଣ ପୂର୍ବ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ। ଏହି ଅବ
ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବ ଛାତ୍ର/ଛାତ୍ରୀ ମାନଙ୍କ ଏକତ୍ରୀକରଣ


କେନ୍ଦୁଝର, 6 ଅକ୍ଟୋବର (ହି.ସ.)

ସ୍ଥାନୀୟ ଡି. ଡି. କଲେଜ ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ପୂର୍ବଛାତ୍ର ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଅଛି। ଏହି ଏକତ୍ରୀକରଣରେ ୧୪୭ ଜଣ ପୂର୍ବ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ନିଜ ନିଜ ଭିତରେ ଭାବ ବିନିମୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଦ୍ବିତୀୟ ବର୍ଷର ଛାତ୍ରୀ ସରିତା ନାଏକ ଦୀପ ପ୍ରଜ୍ବଳନ କରି ଏହି ସମାରୋହ କୁ ଉଦଘାଟନ କରିଥିବା ବେଳେ ପରିଚାଳନା ସମିତିର ସଭାପତି ଡଃ ଅନିଲ କୁମାର ଦାସଙ୍କ ସଭାପତିତ୍ବ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥ୍‌ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ପୂର୍ବଛାତ୍ରଛାତ୍ରୀ ମାନେ ପ୍ରଥମେ ପ୍ରଥମେ ସେମାନଙ୍କର ନାମ ପଞ୍ଜିକରଣ କରିବା ସଂଗେ ସଂଗେ ସ୍ବାବଲମ୍ବୀ ଛାତ୍ର ଛାତ୍ରୀ ମାଳେ ନିଜ ନିଜ ଅନୁଭୂତି କହିଥିଲେ। ପରିଚାଳନା ସମିତିର ସଂପାଦକ ଭାଗୀରଥୂ ଗିରି ଏହି ପୂର୍ବତନ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ସମ୍ବଳ ବୋଲି କହିବା ସଂଗେ ସଂଗେ ସବୁ ସମୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଆଗାମୀ ଡିସେମ୍ବର ମାସରେ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ କରିବା ପାଇଁ ଯୋଜନା ନେଇଛନ୍ତି ବୋଲି କହିବା ସଂଗେ ସଂଗେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପସଭାପତି ହୃଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସଂଗେ ସଂଗେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande