ଇନଫ୍ଲୁଏଞ୍ଜା ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ୬ ଅକ୍ଟୋବର (ହି.ସ.)- ଆଜି ସକାଳେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପ୍ରତିଶ୍ୟାୟ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ରୁତୁ ସନ୍ଧିରେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା
ଇନଫ୍ଲୁଏଞ୍ଜା ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ବ୍ରହ୍ମପୁର, ୬ ଅକ୍ଟୋବର (ହି.ସ.)- ଆଜି ସକାଳେ

ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପ୍ରତିଶ୍ୟାୟ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ରୁତୁ ସନ୍ଧିରେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା ଖାଇଲେ, ଦୂଷିତ ଧୂଳିକଣା ନାସାରେ ପଶିଲେ କଫ ବାତ ବଢି, ଭୂତାଣୁ ଦ୍ଵାରା ନାସା ପଥ ସଂକ୍ରମିତ ହୋଇ ଆଖି ନାକରୁ ପାଣି ବାହାରେ ସାଧାରଣ ଜ୍ୱର ରହେ, ସ୍ୱାଦ, ଗନ୍ଧ ଜଣାଯାଏ ନାହିଁ, ଅଗ୍ନିମାନ୍ଦ୍ୟ, ଅରୁଚି ରହେ,ନାସା ଗଳାକଣ୍ଡୁ ହୁଏ। କାରଣ ଗୁଡିକୁ ଛାଡି ଆବଦ୍ଧ ଗୃହରେ ବିଶ୍ରାମ ନେବେ, ଧାରଉଷ୍ଣ ଜଳପାନ ସହ ତୁଳସୀ ପତ୍ର ସିଝା ପାଣି, ଶୁଣ୍ଠି, ଗୋଲମରିଚ, ଗୁଜୁରାତି, ସିଝାଇ ପାନକଲେ ଭଲ ହୋଇଯାଏ। କଳାଜିରା ମନ୍ଥି ଶୁଙ୍ଘିଲେ ଆରାମ ମିଳେ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ l ସମସ୍ତେ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande