ସମ୍ବଲପୁର, ୦୬ ଅକ୍ଟୋବର (ହି.ସ.)
'ଜାନୁଆରୀ ୨୬ ତାରିଖ ସୁଦ୍ଧା ବନ୍ଦ ଘୋଷଣା ଦାବି'
ଆଜି ଶଗଡେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଲମ୍ବୋଧର ପ୍ରକଳ୍ପ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ଏକ ସ୍ମୃତି ସମାବେଶ ଆୟୋଜନ ହୋଇଥିଲା। ଏଥିରେ ସଂଘର୍ଷ ସମିତିର ସଭାପତି ରଥିକାନ୍ତ କିସାନ ସଭାପତିତ୍ୱ କରିଥିଲେ । ପୂର୍ବତନ ଏସଡିଏ ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ବିଜୟ ମହାନ୍ତି ଯୋଗଦେଇ ଏହି ପ୍ରକଳ୍ପ ପୂର୍ବତନ ସରକାର ଅମଳରେ ଶିଳ୍ପାନୁଷ୍ଠାନ ପାଇଁ ପାଣି ଯୋଗେଇବା ଉଦ୍ଦେଶ୍ୟରେ କରିଥିଲେ । ଏଥିରେ ପ୍ରାକୃତିକ ସମ୍ପଦ ,ଚାଷ ଜମି ଏବଂ ଜନସାଧାରଣଙ୍କ ଜୀବନ ଜୀବିକା ବିପନ୍ନ ହେଉ ଥିବାରୁ ଜନ ଶୁଣାଣିରେ ଅକ୍ଟୋବର ୫ ତାରିଖରେ ତୀବ୍ର ବିରୋଧ ଦୃଷ୍ଟିକୋଣରୁ ଏହାକୁ ସ୍ମୃତି ଦିବସ ରୂପେ ପାଳନ କରାଯାଉଛି। ଏଥିସହ ଗ୍ରାମସଭାରେ ଏହି ପ୍ରକଳ୍ପ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି । ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଛି। ତେଣୁ ବିଜେପି ନେତୃତ୍ଵାଧୀନ ସରକାର ଆଗାମୀ ଜାନୁଆରୀ ୨୬ ତାରିଖ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ ବନ୍ଦ ହେବ ବୋଲି ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ଆଜିର ସମାବେଶରେ ପ୍ରସ୍ତାବ ଗୃହୀତ ହୋଇଛି ଯେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ହେବାକୁ ଥିବା ଗ୍ରାମ ସଭାରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ପ୍ରସ୍ତାବିତ ଏହି ପ୍ରକଳ୍ପ କୁ ସମ୍ପୂର୍ଣ ବନ୍ଦ ପାଇଁ ଦାବି କରାଯିବ। ଏଥିରେ ପଶ୍ଚିମ ଓଡିଶା କୃଷକ ସଂଗଠନର ପ୍ରବକ୍ତା ସରୋଜ ମହାନ୍ତି ଯୋଗଦେଇ ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର କମ୍ପାନୀ ମାନଙ୍କସ୍ୱାର୍ଥ ଉଦେଶ୍ୟରେ ଜଙ୍ଗଲ ,ଜମି ,ନଦୀ , ପ୍ରକୃତି କୁ ବିକ୍ରି କରି ଚାଲିଛନ୍ତି | ଏହା ଲମ୍ବୋଦର ପ୍ରକଳ୍ପ ସମ୍ପୂର୍ଣ ବନ୍ଦ ନହେବା ପଛର ମୁଖ୍ୟ କାରଣ ଅଟେ ।।ତେଣୁ ଏହାକୁ ବନ୍ଦ କରିବା ପାଇଁ ସମସ୍ତ ଙ୍କୁ ଏକଜୁଟ ହେବାକୁ ଏବଂ କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିବାକୁ ଆହ୍ବାନ ଜଣାଇଛନ୍ତି |
ଆହୁରି ମଧ୍ୟ ବର୍ତ୍ତମାନ ବକ୍ସମା, ଟାଇଁସର,ତେଲି ତିଳେଇମାଲ ପଞ୍ଚାୟତର ପ୍ରବାହିତ ଦୁଇଟି ନଦୀରେ ହେଉଥିବା ସର୍ଭେ କେଉଁ ଉଦ୍ଦେଶ୍ୟରେ ଚାଲିଛି ତାହା ସ୍ପଷ୍ଟ ଜଣା ପଡୁନାହିଁ । ଉପରୋକ୍ତ ପଞ୍ଚାୟତ ଅଂଚଳ ସହିତ ଡ଼ିମିରିମୁଣ୍ଡା ,ଭୋଜପୁର ,ସିରିଡ, ଦେବଗଡ଼ ଜିଲ୍ଲାର ତିଲେଇବଣୀ ବ୍ଲକ୍ ଡିମିରିକୁଦା, ଗଣ୍ଡମ ପ୍ରଭୁତି ପଞ୍ଚାୟତରେ ଆତଙ୍କ ସୃଷ୍ଟି ହେଉଛି । ତେଣୁ ଏହି ବିଷୟରେ ରାଜ୍ୟ ସରକାର ତଥା ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ସ୍ପଷ୍ଟିକରଣ ଦେବାକୁ ସମାବେଶରେ ଦାବି କରାଯାଇଛି |
ଲମ୍ବୋଧର ପ୍ରକଳ୍ପ ଆନ୍ଦୋଳନ ସହିତ ବର୍ତ୍ତମାନର କୁଚିଣ୍ଡା ବିଧାୟକ ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ପୃକ୍ତ ଥିଲେ। କିନ୍ତୁ ସେ ଏହି ସ୍ମୃତି ସମାବେଶ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାରୁ ସେ ରାଜ୍ୟ ସରକାରଙ୍କୁ ଏହି ପ୍ରକଳ୍ପ ସମ୍ପୂର୍ଣ ବନ୍ଦ କରିବାକୁ ଦାବି କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବର୍ତ୍ତମାନ୍ ଚାଲିଥିବା ସର୍ଭେ ଏବଂ ସରକାରଙ୍କୁ ମନ୍ତ୍ରୀ ନିଜେ ଚାପ ଦେବା ଉଚିତ। ଏଥିରେ ଲମ୍ବୋଧର ପ୍ରକଳ୍ପ ସଂଘର୍ଷ ସମିତି ର ଆବାହକ ନୃପଲାଲ ପଲେଇ , ଡ଼ିମିରିମୁଣ୍ଡା ପଞ୍ଚାୟତର ସରପଞ୍ଚ ପ୍ରହଲ୍ଲାଦ ଧରୁଆ , ସଂଘର୍ଷ ସମିତି ର କୋଷାଧକ୍ଷ ମିତ୍ରଭାନୁ ବେହେରା , କୀର୍ତି ଚନ୍ଦ୍ର ସାହୁ, ବିକାଶ ସାହୁ , ମଣ୍ଟୁ ମହାନ୍ତି ,ହିମାଂଶୁ ପଲେଇ , ବାବୁଲୁ ପଲେଇ , ଭୁଲେଶ୍ୱର କିସାନ, ପୂର୍ବତନ ସମିତି ସଭ୍ୟା ପ୍ରଭାସିନୀ ଠାକୁର , ଜୋସେଫ ଟେଟେ , ଭବାନୀ କିସାନ , ଅଶୋକ କିସାନ ,ରତନ ସେଠ , ହେମନ୍ତ ଠାକୁର ପ୍ରମୁଖ ଶତାଧିକ ମହିଳା ପୁରୁଷ ଲୋକ ଯୋଗ ଦେଇଥିଲେ। ସଭାରେ ଦିଲ୍ଲିପ ରଥ ମଞ୍ଚ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ