ଭଦ୍ରକ, ୬ ଅକ୍ଟୋବର (ହି.ସ.) - ୧୯୪୩ମସିହା କାର୍ତୀକ କୁମାରପୂର୍ଣ୍ଣିମା ଶୁଭବାସରେ ସ୍ୱର୍ଗତ ନବ କୁମାର ସାହୁଙ୍କ କନ୍ୟା ସହିତ ସାଧୁ ସାହୁଙ୍କ କନ୍ୟା ସୁନା ଦୁଇ କୋମଳମତୀ ଶିଶୁ ମିଶି ଶ୍ରୁଷ୍ଟି କରିଥିବା ଅନୁଷ୍ଠାନ ଏବେ ୮୨ବର୍ଷରେ ପଦାର୍ପଣ କରି ଏକ ଐତିହାସିକ ଅନୁଷ୍ଠାନ ରୂପେ କେବଳ ମତୋ ପଂଚାୟତ ନୁହେଁ ଚାନ୍ଦବାଲି ବ୍ଲକ ସମେତ ସମଗ୍ର ଭଦ୍ରକ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖ୍ଯାତି ଅର୍ଜନ କରିପାରିଛି। ମା'ଙ୍କର ମାଟିର ପିତୁଳା କାଳକ୍ରମେ ଅନ୍ୟ ମାନଙ୍କ ସହଯୋଗରେ ସ୍ୱୟଂସମ୍ପୂର୍ଣ୍ଣ ମେଢରେ ଶୋଭାପାଇ ଆସୁଛନ୍ତି। ପୂଜା ଆରମ୍ଭ ବେଳରୁ ସ୍ଥାନୀୟ ଅଂଚଳର ଖ୍ୟାତନାମା ବ୍ୟବସାୟୀ ପୁରୁଷୋତମ ସାହୁ ଓ ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ପ୍ରଚେଷ୍ଟା ତଥା ମାନବିକତାରୁ କ୍ରମଶଃ ଏହା ବ୍ରୁଦ୍ଧି ପାଇ ବହୁ ଆଡମ୍ବରରେ ସ୍ୱର୍ଗତଃ ମନମୋହନ ସାହୁଙ୍କ ସମ୍ପାଦନାରେ ବେଶ କିଛି ଦିନ ଗଢି ଉଠିଥିଲା। ଏହି ପୂଜାରେ ସାମ୍ପ୍ରତିକ ପରିସ୍ଥିତି ଓ ସଙ୍କିର୍ଣ୍ଣ ରାଜନୀତି ପ୍ରବେଶରେ କିଛିଦିନ ପାଇଁ ଦୁଇଗୋଟି ମେଢରେ ବିଭକ୍ତ ହୋଇଥିଲେ ମଧ୍ୟ ମା'ଙ୍କର ଅଦୃଶ୍ୟ ଶକ୍ତି ସବୁଥିର ଅବସାନ ଘଟାଇ ଗୋଟିଏ ସୁସଜ୍ଜିତ ଓ ଆକର୍ଷଣୀୟ ମେଢରେ ପୂଜିତ ହେଲେ। ପରବର୍ତୀ ଅବସ୍ଥାରେ ମତୋ ଅଂଚଳର ବିଶିଷ୍ଟ ସମାଜସେବୀ କୁମୁନ୍ଦରଞ୍ଜନ ସାହୁଙ୍କ ସମ୍ପାଦନା ଓ ନୀରପେକ୍ଷ ରାଜନୀତିଜ୍ଞ ସ୍ୱର୍ଗତ ଗୟାଧର ମହାନ୍ତିଙ୍କ ଉଦ୍ଯମରେ ବିଗତ ଦିନର ଆଡମ୍ବରପୂର୍ଣ୍ଣ ପରମ୍ପରାକୁ ବଜାୟ ରଖାଯାଇପାରିଥିଲା। ଭାଗୀରଥି ସାହୁ ଅଳ୍ପ କିଛିବର୍ଷ ସମ୍ପାଦନା ଦାୟୀତ୍ୱ ନିର୍ବାହ କରିଥିଲେ ମଧ ମା'ଙ୍କ ପୂଜା,ବିଧିବିଧାନ ଓ ଚିରାଚରିତ ପ୍ରଥାର ବ୍ୟତିକ୍ରମ ହୋଇନଥିବା ନେତ୍ରୁସ୍ଥାନୀୟ ଲୋକେ କହନ୍ତି। ବର୍ତମାନ ଅନୁଷ୍ଠାନପ୍ରେମୀ ପ୍ରାକ୍ତନ ସରପଂଚ କୁମୁନ୍ଦରଞ୍ଜନ ସାହୁଙ୍କ ସମ୍ପାଦନା ଓ ପ୍ରାକ୍ତନ ସମିତିସଭ୍ୟ ତଥା ସମାଜସେବୀ ଉମାକାନ୍ତ ସାମଲଙ୍କ ସଭାପତିତ୍ୱରେ ଶତ୍ରୁଘନ ନାୟକ,ବାନାମ୍ବର ନାୟକ,ପୁରୁଷୋତମ ସାହୁ,ଅଭୟ ସାହୁ,ପ୍ରଦ୍ୱୀପ ପଲ୍ଲାଇ,ପୟୋଧର ସ୍ୱାଇଁ,ନରେଶ ନାୟକ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ରତିକାନ୍ତ ନାୟକ,ରମେଶ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ମତୋ ଅଂଚଳର ବହୁ ଜ୍ଞାନୀଗୁଣି ଓ ଅନୁଷ୍ଠାନପ୍ରେମୀ ମାନଙ୍କୁ ନେଇ ପୂଜା ନିମିତ ସମସ୍ତ କାର୍ଯ୍ୟ ଶ୍ରୁଙ୍ଖଳାର ସହ ଚାଲୁରହି ପାରିଛି। ବର୍ତମାନ ଏକ ସୁଦ୍ରୁଢ ପୂଜାକମିଟି ଗଠିତ ହୋଇ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଦୀର୍ଘ ୯ଦିନ ବ୍ଯାପି ପୂଜା ମହାଆଡମ୍ବରରେ ପାଳିତ ହୋଇଆସୁଛି। ଏହି ପୂଜାର ବିଶେଷ ଆକର୍ଷଣ ହେଉଛି କଳଷ ବୁଡାଯିବା ପରେ କୁମାରପୂର୍ଣ୍ଣିମା ଦିନ ଯେଉଁମାନେ ଯାହା ମାନସୀକ ରଖି ମା'ଙ୍କ ନିକଟରେ ପହିଲି ଭୋଗ ଲଗାଇଥାଆନ୍ତି ତାହା ସେମାନଙ୍କର ପୂର୍ଣ୍ଣ ହୋଇଥାଏ ବୋଲି କିମ୍ବଦନ୍ତି ରହିଛି। ବର୍ତମାନ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ସଚେତନତା ଶ୍ରୁଷ୍ଟି କରିବା ଉଦେଶ୍ୟରେ ନିର୍ମିତ ହୋଇଥିବା ପାର୍ଶ୍ୱମୂର୍ତି ବେଶ ଆକର୍ଷଣୀୟ ହୋଇପାରିଛି। ବହୁ ବିଶିଷ୍ଟ ନେତ୍ରୁସ୍ଥାନୀୟ ବ୍ୟକ୍ତି ମାନେ ନିଜ ନିଜ ସମର୍ଥକ ମାନଙ୍କ ଗହଣରେ ଏହି ପୂଜା ମଣ୍ଡପ ପରିଦର୍ଶନ କରି ମା'ଙ୍କର ଆଶିଷ ଭିକ୍ଷା କରିଥାଆନ୍ତି। ପାରମ୍ପରୀକ ରିତିନୀତି ଅନୁଯାୟୀ ୭ଦିନ ଧରି ଦୁଇ ଓଳା ମା'ଙ୍କର ପ୍ରସାଦ ଉପଲବ୍ଧ ହେବାସହ ସୁଉଚ୍ଚ ତୋରଣ,ସମଗ୍ର ମତୋ ବଜାର ଅଂଚଳରେ ମନୋରମ ଲାଇଟ ସାଜସଜ୍ଜା ଓ ସ୍ଥାନୀୟ ମୂର୍ତିଶିଳ୍ପୀ ବିଜୟ ବଳଙ୍କ ମ୍ରୁଣ୍ମୟୀ ମୂର୍ତୀ ଗଠନର ଯାଦୁକରି ଚମତ୍କାରୀତା ମତୋ ଅଂଚଳର ପରିବେଷକୁ ଏକ ଧର୍ମୀୟ ଭାବନାରେ ବାନ୍ଧିରଖିବା ସହ ଚଳିତବର୍ଷ ଆଧ୍ୟାତ୍ମିକ ପରିବେଷକୁ ମତୋର ଏହି ଗଜଲକ୍ଷ୍ମୀ ପୂଜାମଣ୍ଡପ ଆପଣାଉଥିବା ଲକ୍ଷ କରାଯାଉଛି। ଓଡିଶାର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ଗୁଡିକ ମଧ ମତୋ ଗଜଲକ୍ଷ୍ମୀପୂଜାର ଯଥେଷ୍ଟ ଶୋଭା ବର୍ଦ୍ଧନ କରିପାରିଛନ୍ତି। ଚଳିତ ବର୍ଷ ଏହି ପୂଜାକୁ ଅଧିକ ଆକର୍ଷିତ କରିବା ନିମନ୍ତେ ବିଶ୍ୱ ଦରବାର ଓ ରଙ୍ଗମହଲ ଯାତ୍ରାନୁଷ୍ଠାନ ଆଧୁନିକ ଢଙ୍ଗରେ ନିଜ ନିଜର ନାଟ୍ୟଶୈଳୀ ପରିବେଷଣ କରି ଦର୍ଶକ ମାନଙ୍କର ମନମୁଗ୍ଧକର ହେବା ନେଇ ଆଶା ପ୍ରକଟ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ