କନ୍ଧମାଳ , ୬ ଅକ୍ଟୋବର (ହି.ସ.)
ଫୁଲବାଣୀ ସହର ନଦିଖଣ୍ଡି ସାହି ସ୍ଥିତ, ପ୍ରସିଦ୍ଧ ମା ବ୍ଯାଘ୍ରଦେବୀଙ୍କ ମନ୍ଦିର ରେ ନବରାତ୍ରୀ ଓ ଶାରଦୀୟ ଦୁର୍ଗାପୂଜା ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି। ନବରାତ୍ରୀ ରେ ମା ଙ୍କ ମନ୍ଦିର ର ପୂଜକ ବିନୋଦ ମହାପାତ୍ରଙ୍କ ପୌରହିତ୍ୟରେ ରିତିନିତୀ ପ୍ରକାରେ ଚଣ୍ଡି ପାଠ ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିଲେ ଅବସରରେ ଦୁଇ ଦିନ ବ୍ଯାପି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦଶହରା ଦିନ ଲଗାତାର ବର୍ଷା ଯୋଗୁଁ ଗତ ରବିବାର ସଂନ୍ଧ୍ଯାରେ, ପମି ଅର୍କଷ୍ଟ୍ରୋର କଳାକାର ମାନଙ୍କ ଦ୍ଵାରା ମୋଲୋଡି ପରିବେଶ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଯୋଗଦେଇ ମା ବ୍ଯାଘ୍ରଦେବୀଙ୍କ ୧୦୮ ସଂନ୍ଧ୍ଯା ଆଳତି ଦର୍ଶନ କରିବା ସହ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଏହି ଯାତ୍ରା ପରିଚାଳନା କମିଟି ର ଭବ୍ଯ ଆୟୋଜନ ର ପ୍ରସଂଶା କରିବା ସହିତ ଫୁଲବାଣୀ ର ଏହି ପୁରାତନ ମନ୍ଦିର ର ରକ୍ଷଣାବେକ୍ଷଣ ଓ ଉନ୍ନତି ଦିଗରେ ଯଥା ସମ୍ଭବ ସହାୟତା କରିବା ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ପୁର୍ବତନ ଫୁଲବାଣୀ ବିଧାୟକ ଶ୍ରୀ ଦେବେନ୍ଦ୍ର କହଁର ଓ ବିଶିଷ୍ଠ ଓଡ଼ିଆ ସିନେ କଳାକାର ଶ୍ରୀ ଦୁର୍ଯ୍ୟୋଧନ ମହାପାତ୍ର ପ୍ରମୁଖ ଯୋଗଦେଇ ଅୟୋଜିତ କାର୍ଯ୍ୟକ୍ରମ ର ପ୍ରସଂସା କରିଥିଲେ ।ଏହି ଅବସରରେ ଫୁଲବଣୀ ର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ସାହିର ପୁରାତନ ନିବାସୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ, ମାଙ୍କ ମନ୍ଦିର ର ପୁରାତନ ଯାନୀ ଯାତ୍ରା ଠାରୁ ଆରମ୍ଭ କରି ବର୍ତମାନର ଭବ୍ଯ ମନ୍ଦିର ନିର୍ମାଣ ବାବଦରେ ଓ ଏହାର ରକ୍ଷଣାବେକ୍ଷଣ ବାବଦରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ପୁର୍ବତନ କାଉନସିଲର ତଥା ଆଇନଜିବୀ ଶ୍ରୀ କମଳ ବେହେରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର, ସମଗ୍ର ଫୁଲବାଣୀ ର ତଥା ଆଖପାଖ ଅଞ୍ଚଳର ଜନସାଧାରଣ ଆନନ୍ଦ ନେଇଥିଲେ । ଏଥିରେ ସାହିର ବବୃବାହାନ ବେହେରା,ନିରଜ କୁମାର ବେହେରା ଓ ଦିଲ୍ଲିପ ବେହେରାଙ୍କ ସମେତ ନଦିଖଣ୍ଡି ସାହି ଓ ଡାକପାଲ ର ଅନେକ ଯୁବକ ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ