ପାଣିକୋଇଲିରେ ମା ଲକ୍ଷ୍ମୀଙ୍କ ପୂଜା ଓ କୁମାର ପୂର୍ଣ୍ଣିମା, ଉତ୍ସବମୁଖର ପୁରପଲ୍ଲୀ
କୋରେଇ, ୬ ଅକ୍ଟୋବର (ହି.ସ.)- ଜଗତଜନନୀ ମା ଗଜଲକ୍ଷ୍ମୀଙ୍କର ପବିତ୍ର ପୂଜା ଅବସରରେ ଚଳଚଂଚଳ ହୋଇ ଉଠିଛି ଗାଁ ଠୁ ସହର । ସବୁଠି ସୃଷ୍ଟି ହୋଇଛି ଭକ୍ତି ଭାବରେ ଭରା ପରିବେଶ । ଚଳିତ ବର୍ଷ ପାର୍ବଣ ଋତୁ ତଥା ମାଙ୍କ ପୂଜାର୍ଚ୍ଚନା ସବୁଠି ଧୁମଧାମରେ ପାଳିତ ହୋଉଛି । ଏହି କ୍ରମରେ ଅଳତିରି ମା ମହାଲକ୍ଷ୍ମ
ପାଣିକୋଇଲିରେ ମା ଲକ୍ଷ୍ମୀଙ୍କ ପୂଜା ଓ କୁମାର ପୂର୍ଣ୍ଣିମା, ଉତ୍ସବମୁଖର ପୁରପଲ୍ଲୀ


କୋରେଇ, ୬ ଅକ୍ଟୋବର (ହି.ସ.)- ଜଗତଜନନୀ ମା ଗଜଲକ୍ଷ୍ମୀଙ୍କର ପବିତ୍ର ପୂଜା ଅବସରରେ ଚଳଚଂଚଳ ହୋଇ ଉଠିଛି ଗାଁ ଠୁ ସହର । ସବୁଠି ସୃଷ୍ଟି ହୋଇଛି ଭକ୍ତି ଭାବରେ ଭରା ପରିବେଶ । ଚଳିତ ବର୍ଷ ପାର୍ବଣ ଋତୁ ତଥା ମାଙ୍କ ପୂଜାର୍ଚ୍ଚନା ସବୁଠି ଧୁମଧାମରେ ପାଳିତ ହୋଉଛି । ଏହି କ୍ରମରେ ଅଳତିରି ମା ମହାଲକ୍ଷ୍ମୀପୀଠ, ଚାନ୍ଦପୁର, ସୋତି, ପାଣିକୋଇଲି ଧଳସାହି, ଓଚିନ୍ଦା ଓ ଓଚିନ୍ଦା ରୋଡ ସ୍ଥିତ ଲକ୍ଷ୍ମୀବିହାର ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ରୀତିକାନ୍ତି ଅନୁଯାୟୀ ପାଳିତ ହେଉଛି । ସୁସଜ୍ଜିତ ଆଲୋକମାଳ, ତୋରଣ ଭକ୍ତଙ୍କୁ ଆକର୍ଷିତ କରୁଛି । କୁମାର ପୂର୍ଣ୍ଣିମା ପାଇଁ ଗାଁ ଦାଣ୍ଡ ଉଠୁଛି ପଡୁଛି । କୁମାରୀ ମାନେ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳେ ଚାନ୍ଦ ବନ୍ଦାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande