ବଲାଙ୍ଗିର, ୬ ଅକ୍ଟୋବର (ହି.ସ.)- ପାଟ୍ରୋଲିଂ ସମୟରେ ଆଜି ସକାଳ ପ୍ରାୟ ୧୦ଟା ୧୫ ସମୟରେ ଟିକ୍ରାପଡ଼ା ସେକ୍ସନର କୁଡାସିଙ୍ଗା ଗ୍ରାମ ନିକଟରେ ପାଟଣାଗଡ଼ ରେଞ୍ଜ ର କର୍ମଚାରୀମାନେ ଏକ କେନ୍ଦୁ କାଠ ବୋଝେଇ ମିନିଟ୍ରକ ଗାଡି ନମ୍ବର(ଓ ଡି ୦୩ ଏମ ୦୨୮୦) ଜବତ କରିଥିଲେ। ଜବତ ଗାଡ଼ି ଏବଂ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ