ଏକମ୍ବା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର
ଜୟପୁର, ୬ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଏକମ୍ବା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଛି । ଏଠାରେ ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ସହ ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଠାରେ ପଞ୍ଚାୟତର ରାସ୍ତା ଓ ପାନିୟ ଜଳ ସମସ୍
ଏକମ୍ବା ଠାରେ ପଞ୍ଚୟତ ସ୍ତରିୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର


ଜୟପୁର, ୬ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଏକମ୍ବା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଛି । ଏଠାରେ ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ସହ ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଠାରେ ପଞ୍ଚାୟତର ରାସ୍ତା ଓ ପାନିୟ ଜଳ ସମସ୍ୟା ରହିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ମୋଟ ୮ଟି ଅଭିଯୋଗ ହୋଇଥିଲା । ଏହାପରେ ସରକାରି ବିଭିନ୍ନ ଯୋଜନା ଉପରେ ଗ୍ରାମବାସୀଙ୍କୁ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ । ଅଭିଯୋଗ ଶୁଣାଣି ଓ ସଚେତନତା ଶିବିରରରେ ରାବଣା ଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande