ପାଟଣା ରେ କାଠ ଡିପୋ ପାଇଁ ଦାବି
କେନ୍ଦୁଝର, 6 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣା ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପାଟଣା ନିକଟରେ ପ୍ରବାହିତ ହେଉଛି ପୁଣ୍ୟତ୍ବୟା ବୈତରଣୀ ନଦୀ।ଏଠାରେ ଥୂବା ପବିତ୍ର ବୈତରଣୀ ତୀର୍ଥ ଏ ଅଞ୍ଚଳ ପାଇଁ ଅନେକ ସୁନାମ ରହିଛି। ଏହାର ତଟରେ ଦୁଇଟି ପ୍
ପାଟଣା ରେ କାଠ ଡିପୋ ପାଇଁ ଦାବି


କେନ୍ଦୁଝର, 6 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣା ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପାଟଣା ନିକଟରେ ପ୍ରବାହିତ ହେଉଛି ପୁଣ୍ୟତ୍ବୟା ବୈତରଣୀ ନଦୀ।ଏଠାରେ ଥୂବା ପବିତ୍ର ବୈତରଣୀ ତୀର୍ଥ ଏ ଅଞ୍ଚଳ ପାଇଁ ଅନେକ ସୁନାମ ରହିଛି। ଏହାର ତଟରେ ଦୁଇଟି ପ୍ରସିଦ୍ଧ ମନ୍ଦିର ରହିଛିଛି। ତେଣୁ ଏ ଅଞ୍ଚଳ କୁ ଅନେକ ପବିତ୍ର ସ୍ଥାନ ମନେକରି ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରିକି ପଡୋଶୀ ରାଜ୍ୟରୁ ମଧ୍ଯ ପବିତ୍ର ବୁଡ଼ ପକାଇବା ପାଇଁ ଆସିଥାନ୍ତି। ଏହା ଛଡ଼ା ଏଠାରେ ଥ‌ିବା ଶ୍ମଶାନ ଘାଟରେ ଶେଷ କୃତ୍ୟ କଲେ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ତେଣୁ ପ୍ରତିଦିନ ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରୁରୁ ମର ଶରୀର ନେଇ ଅନ୍ତିମ ସଂସ୍କାର କରିବା ପାଇଁ ଅନେକ ପରିବାର ଆସିଥାନ୍ତି। କିନ୍ତୁ ଦୁଃଖର କଥା ଅନ୍ତିମ ସଂସ୍କ ସଂସ୍କାର ପାଇଁ ଆବଶ୍ୟକ ହେଉଥ‌ିବା କାଠ ଏଠାରେ ମିଳି ପାରେ ନାହିଁ। ଏଠାରେ କାଠ ଡିପୋ ନଥୂବାରୁ ଶବ ସଂସ୍କ ସଂସ୍କାର ପାଇଁ ଆସିଥ‌ିବା ଲୋକମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟା ଅନେକ ଥର ବନ ବିଭାଗଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ । ନାହିଁ।ଦିନକୁ ଦିନ ଶ ଶବ ସଂସ୍କାର ପାଇଁ ଏଠାରେ ଭିଡ଼ ହେଉଥ‌ିବା ବେଳେ ଏଠାରେ ଏକ କାଠ ଡିପୋ ର ଅତ୍ୟନ୍ତ । ଜରୁରୀ ହୋଇ ପଡିଛି। ଛି। ଏଥୂପ୍ରତି ଗୁରୁତ୍ବ ଦେଇ ପାଟଣା ମୁଖ୍ୟାଳୟ ରେ ଏକ କାଠ ଡିପୋ ତୁରନ୍ତ କରିବା ପାଇଁ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ଇଂ ବିଦ୍ୟାଧର ଦାଶ,ପାଟଣା ସୁରକ୍ଷା କମିଟି ଆବାହକ ବିଜୟ ରନୂ ପତି, ଅଜୟ କୁମାର ଦାଶ, ଯୁଗଳ କିଶୋର ଦାଶ, ବିରେନ୍ଦ୍ର ଦାଶ, ପ୍ରମୁଖ ସହିତ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande