କୋରେଇ, ୬ ଅକ୍ଟୋବର (ହି.ସ.)- ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାରପୂର୍ଣ୍ଣିମା ପାଇଁ ଗାଁଠୁ ସହର ଉତ୍ସବ ମୁଖର ଥିବା ବେଳେ ବିଦ୍ୟୁତ କାଟ ଜନଜୀନକୁ ପ୍ରଭାବିତ କରିବା ସହ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି ଭଳି ଦିନରେ ବିଦ୍ୟୁତ ବିଭାଗ ମରାମତି ନାମରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାରୁ ସବୁ କିଛି କାର୍ଯ୍ୟ ଫିକା ପଡିଛି । ମରାମତି ପାଇଁ ବିଦ୍ୟୁତ କାଟ ହେବା ସ୍ୱାଭାବିକ୍ ପ୍ରକ୍ରିୟା । କିନ୍ତୁ ଲକ୍ଷ୍ମୀପୂଜାରେ ପାୱାରକଟ କରିବା ଯୋଗୁ ସବୁ କିଛି ଶୂନସାନ ରହିଥିଲା । ଏମିତିକି ଲକ୍ଷ୍ମୀପୂଜାରେ ମାଇକ ମଧ୍ୟ ବାଜିପାରିନଥିଲା । ଫଳରେ ବିଦ୍ୟୁତ ବିଭାଗ ଅନ୍ୟ ଦିନରେ ବିଦ୍ୟୁତ କାଟ ନକରି ପର୍ବରେ ବିଦ୍ୟୁତ କାଟକୁ ସାଧାରଣରେ ନାପସନ୍ଦ କରାଯାଇଛି । ବିଦ୍ୟୁତ ବିଭାଗ ଏହା ଜାଣି ପାରିନି ନା ଜାଣିଶୁଣି ଏଭଳି କରିଛି ତାହାକୁ ନେଇ ସବୁଠି ଚର୍ଚ୍ଚା ଜାରି ରହିଛି । ଯାହାକୁ ନେଇ ଆଜି ପାଣିକୋଇଲି ବିଦ୍ୟୁତ ଉପଖଣ୍ଡରେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ