ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଝଣ୍ଡା ସ୍ଥାପନ
ସମ୍ବଲପୁର, ୦୬ ଅକ୍ଟୋବର (ହି.ସ.) ସମ୍ବଲପୁର ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ସ୍ବତନ୍ତ୍ର ପୂଜା ସହ ରାମଚଣ୍ଡୀ ଦିବସ ପାଲିତ ହୋଇଯାଇଛି । ବୌଦ୍ଧ ସରସରା ରେ ୧୩ ଶହ ଶତାବ୍ଧୀର ଶେଷ ଭାଗରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ରଣେଶ୍ୱର ରା
ରାମଚଣ୍ଡୀ ଦିବସ ପାଳନ ଅବସରରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଝଣ୍ଡା ସ୍ଥାପନ


ରାମଚଣ୍ଡୀ ଦିବସ ପାଳନ ଅବସରରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଝଣ୍ଡା ସ୍ଥାପନ


ରାମଚଣ୍ଡୀ ଦିବସ ପାଳନ ଅବସରରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଝଣ୍ଡା ସ୍ଥାପନ


ରାମଚଣ୍ଡୀ ଦିବସ ପାଳନ ଅବସରରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଝଣ୍ଡା ସ୍ଥାପନ


ସମ୍ବଲପୁର, ୦୬ ଅକ୍ଟୋବର (ହି.ସ.) ସମ୍ବଲପୁର ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ସ୍ବତନ୍ତ୍ର ପୂଜା ସହ ରାମଚଣ୍ଡୀ ଦିବସ ପାଲିତ ହୋଇଯାଇଛି । ବୌଦ୍ଧ ସରସରା ରେ ୧୩ ଶହ ଶତାବ୍ଧୀର ଶେଷ ଭାଗରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ସ୍ଥାପନା ସହ ଡାହାଣ ଶଙ୍ଖ ତ୍ରୀଶୁଳ ସ୍ଥାପନା କରାଯାଇ ପୂଜାକାଯର୍‌ୟ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପୂଜକ ଦେବୀ ପ୍ରସାଦ ଭୋଇ । ତେଣୁ ଏହି ଦିବସକୁ ମନେ ପକାଇ ପ୍ରତିବର୍ଷ ଏହି ତିଥିରେ ରାମଚଣ୍ଡୀ ଦିବସ ଭାବେ ପାଲିତ ହୋଇ ଆସୁଛି । ସକାଲୁ ମାଙ୍କ ସ୍ବତନ୍ତ୍ର ବେଶ କରାଯିବା ସହ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ ମାନେ ମାଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ଏବଂ ଅନ୍ୟ ମନ୍ଦିର ମାନଙ୍କରେ ଧ୍ୱଜାରୋହଣ କରା ଯାଇଥିଲା । ଶଙ୍ଖଘଣ୍ଟ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ମୁଖରିତ ହୋଇ ଉଠିଥିଲା। ପୂଜକ ଦେବୀପ୍ରସାଦ ଭୋଇଙ୍କ ଦ୍ୱାରା ଝଣ୍ଡା ପୂଜା କରାଯିବା ପରେ ଦେବବ୍ରତ ବାରିକଙ୍କ ଦ୍ୱାରା ମନ୍ଦିର ଶିଖରରେ ଝଣ୍ଡା ଲଗାଯାଇ ଥିଲା । କାଯର୍‌ୟକ୍ରମରେ କୁଲତା ସମାଜର ଉପସଭାପତି ଦେବତ୍ତମ ପ୍ରଧାନ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ପ୍ରଦୀପ କୁମାର ସାହୁ, ଆନନ୍ଦ କୁମାର ପ୍ରଧାନ, ଦେବଦତ୍ତ ସାହୁ, ଅକ୍ଷୟ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସୁଦାମ ଭୋଇ, ଲିଙ୍ଗରାଜ ପ୍ରଧାନ, ଟଙ୍କଧର ବାରିକ,ସୁରେଶ ବେହେରା ,ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande