ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ।ଂଶଡା ଥାନା ଅଧିନ ନଳ ଗୋହିରା ପଂଚାୟତ କରଣ ପୋଖରୀ ଗ୍ରାମରେ ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣୀ ନାୟକଙ୍କ ହାତ ଗୋଡବନ୍ଧା ହୋଇଥିବା ମୃତ ଦେହ ଘରଠାରୁ ୨୦୦ ମିଟର ଦୂରରେ ଥିବା ଏକ ପୋଖରୀ ରୁ ଉଦ୍ଧାର କରା ଯାଇଛି। ଏହି ଘଟଣା କୁ ନେଇ ବାଂଶଡା ପୋଲିସ ଓ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅର୍ଥର ପ୍ରଲୋଭନ ଶିକ୍ଷକ ଙ୍କୁ ହତ୍ୟା କରିଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। କେଉଁ ପରିସ୍ଥିତି ରେ ଜଣେ ବୃଦ୍ଧ ଶିକ୍ଷକ ଙ୍କର ହାତ ଗୋଡ ବାନ୍ଧି ମାରିଦେଇ ପୋଖରୀ କୁ ଫିଙ୍ଗିଲେ ତାହା ଚର୍ଚ୍ଚା ର ବିଷୟ ପାଲଟିଛି। ଆଜି ସ୍ଥାନୀୟ ଲୋକେ ସକାଳେ ପୋଖରୀ ପାଖରେ ଏକ ମୃତଦେହ ଭାସିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଦେଖିବା ବେଳକୁ ଉକ୍ତ ଶିକ୍ଷକ ଙ୍କ ହାତ ଗୋଡ ବନ୍ଧା ଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତରେ ମୃତକଙ୍କ ହାତ ଓ ବେକ ରସିରେ ବନ୍ଧା ଅବସ୍ଥାରେ ମିଳିଥିବାରୁ ହତ୍ୟା ସନ୍ଦେହ ଜନ୍ମ ନେଇଛି।ପୋଲିସ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରି ତଦନ୍ତ ଚଳାଇ ଛନ୍ତି। ପରିବାର ଙ୍କ ଲିଖିତ ଅଭିଯୋଗ ମୂଳେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ