ବ୍ୟବସ୍ଥା ବାଟ ହୁଡ଼ିଲେ ଗଣମାଧ୍ୟମ ଲକ୍ଷ୍ମଣ ରେଖା ଟପିବାକୁ ବାଧ୍ୟ ହେବ : ଏସୟୁଜେର ଆଂଚଳିକ ସମାବେଶ ଓ ଆଲୋଚନାଚକ୍ର
କୋରେଇ, ୬ ଅକ୍ଟୋବର (ହି.ସ.)- ଦେଶର ଗଣତନ୍ତ୍ର ବାସ୍ତବରେ ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ । ଏହି ତିନି ସ୍ତମ୍ଭର କାର୍ଯ୍ୟଧାରାକୁ ଚତୁର୍ଥ ସ୍ତମ୍ଭର ଆଖ୍ୟା ଦିଆଯାଇଥିବା ଗଣମାଧ୍ୟମ ନିରୀକ୍ଷଣ କରିଥାଏ । ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ବାଟ ହୁଡ଼ିଛି । ସର୍ବତ୍ର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଆଉ
ବ୍ୟବସ୍ଥା ବାଟ ହୁଡ଼ିଲେ ଗଣମାଧ୍ୟମ ଲକ୍ଷ୍ମଣ ରେଖା ଟପିବାକୁ ବାଧ୍ୟ ହେବ : ଏସୟୁଜେର ଆଂଚଳିକ ସମାବେଶ ଓ ଆଲୋଚନାଚକ୍ର


କୋରେଇ, ୬ ଅକ୍ଟୋବର (ହି.ସ.)- ଦେଶର ଗଣତନ୍ତ୍ର ବାସ୍ତବରେ ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ । ଏହି ତିନି ସ୍ତମ୍ଭର କାର୍ଯ୍ୟଧାରାକୁ ଚତୁର୍ଥ ସ୍ତମ୍ଭର ଆଖ୍ୟା ଦିଆଯାଇଥିବା ଗଣମାଧ୍ୟମ ନିରୀକ୍ଷଣ କରିଥାଏ । ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ବାଟ ହୁଡ଼ିଛି । ସର୍ବତ୍ର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଆଉ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଆବଶ୍ୟକ ପଡ଼ିଲେ ଗଣମାଧ୍ୟମ ତା’ର ଲକ୍ଷ୍ମଣରେଖା ଅତିକ୍ରମ କରିବାକୁ ବାଧ୍ୟ ହେବ ବୋଲି ଏସୟୁଜେ( ଷ୍ଟେଟ ୟୁନିୟନ ଅଫ ଜର୍ଣାଲିଷ୍ଟ) ଓଡ଼ିଶାର ଆଂଚଳିକ ସମାବେଶରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ଆୟୋଜନ କ୍ରମେ ସଠିପୁର ସ୍ଥିତ ବିକେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବପ୍ରସାଦ ଦାସ, ଏସୟୁଜେର ରାଜ୍ୟ ସଭାପତି କୈଳାସ ନାୟକ, ବ୍ୟାସନଗର ପୁର୍ବତନ ପୈରାଧ୍ୟକ୍ଷା ସବିତା ରାଉତ, ଜାତୀୟ ସାମ୍ବାଦିକ ୟୁନିୟନର ସାଂଗଠନିକ ସମ୍ପାଦକ ଡ଼ଃ. ଚିନ୍ତାମଣୀ ପାଢୀ, ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ଯୁବ ସମାସେବୀ ସୋମ୍ୟ ରଂଜନ ଧଳ ପ୍ରମୁଖ ଯୋଗଦେଇ “ଗଣମାଧ୍ୟମର ଲକ୍ଷ୍ମଣ ରେଖା “ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥି ସ୍ୱାଗତ ଅଭିଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ମୂଖ୍ୟ ସଂଯୋଜକ ଶଶୀ ଭୂଷଣ ଷଡ଼ଙ୍ଗୀ, ଜାତୀୟ କାର୍ଯ୍ୟାରିଣୀ ସଭ୍ୟ ପ୍ରୟାଗ ରାଜ କର ଓ ଦିଲ୍ଲୀପ ମିଶ୍ର, କଟକ ଜିଲ୍ଳା ସଭାପତି ରମେଶ ପ୍ରଧାନ, ଅନୁଗୁଳ ଜିଲ୍ଲା ସଭାପତି ବିରଜା ଶଙ୍କର ମିଶ୍ର, ଭଦ୍ରକ ଜିଲ୍ଲା ସଭାପତି ପ୍ରତାପ ଦାସ, ପୁରୀ ଜିଲ୍ଲା ସଭାପତି ଡ଼ା. କେଦାରନାଥ ମିଶ୍ର, ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୈତାରୀ ଜେନା ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକ ମାନଙ୍କ ସର୍ବନିମ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଂଘ ଓହ୍ଲାଇ ଆସୁ ବୋଲି ଆହ୍ୱାନ ଦେଇଥିଲେ । ଶେଷରେ ସହ ସମ୍ପାଦକ ବିରଂଚି ନାରାୟଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ସାମ୍ବାଦିକ କାର୍ଯ୍ୟକ୍ରମରେ ସାମ୍ବାଦିକ ଅକ୍ଷୟ କୁମାର ଜେନା, ଦିନେଶ ପରିଡ଼ା, ସୁନୀଲ ଓଝା, ପ୍ରଦୀପ ମାଝୀ, ମନୋଜ କୁମାର ସାହୁ, ତାରିଣୀ କୁମାର ପଟ୍ଟନାୟକ, ଅଶୋକ କୁମାର ଦାସ, ଶୋଭିନ ପରିଡ଼ା, ତୁଷାର ରଂଜନ ବେଉରା ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande