ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୮ତମ ଶ୍ରାଦ୍ଧ ବାର୍ଷିକ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଓ ପୂର୍ବତନ ସାଂସଦ ସ୍ୱର୍ଗତ ମହମ୍ମଦ ହନିଫ ଓରଫ ମାଷ୍ଟରଜୀଙ୍କ ୫୮ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୮-୩୦ ମିନିଟ ସମୟରେ ପୁରୁଣା ବଜ଼ାର ନାରାୟଣ ଚନ୍ଦ୍ର ନୋଡାଲ ସ୍କୁ
SWADHINATA SANGRAMI MOHAMMAD HANIF SRADHA BARSIK


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଓ ପୂର୍ବତନ ସାଂସଦ ସ୍ୱର୍ଗତ ମହମ୍ମଦ ହନିଫ ଓରଫ ମାଷ୍ଟରଜୀଙ୍କ ୫୮ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୮-୩୦ ମିନିଟ ସମୟରେ ପୁରୁଣା ବଜ଼ାର ନାରାୟଣ ଚନ୍ଦ୍ର ନୋଡାଲ ସ୍କୁଲ ସମୁଖରୁ ବାସଭବନ କାଜି ମହଲ୍ଲା ସ୍ଥିତ ତାଙ୍କ ସମାଧିଠାରେ ହନିଫ ସ୍ମୃତି କମିଟିର ସମସ୍ତ ସଦସ୍ୟ , ଭଦ୍ରକ ବୁଦ୍ଧିଜୀବୀଗଣ, ଗାନ୍ଧୀବାଳଶ୍ରମ ସ୍କୁଲର ଛାତ୍ରଛାତ୍ରୀ ଓ କଲେଜ ଛାତ୍ରଛାତ୍ରୀ ଦ୍ୱାରା ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଶ୍ରଓଦ୍ଧ ବାର୍ଷିକ ଉତ୍ସବରେ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ସମ୍ପାଦକ ହାଜି ଅନୱର ହୋସେନଙ୍କ ସହଯୋଗରେ ଓ ସଂଚାଳକ ତଥା ଅଦବି ମରକଜର କବି ଶିକ୍ଷକ ମୁସ୍ତାକ ଗୌହରଙ୍କ କୋରାନ ପାଠ ଓ ସଲାମରୁ ଆରମ୍ଭ ହୋଇଥିଲା । ଗାନ୍ଧୀ ବାଳଓଶ୍ରମର ଛାତ୍ର ଓ ସ୍କୁଲର ସମ୍ପାଦକ ଅଶୋକ ଦାସ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଙ୍କ ରାମଧୋନୀ ଆରମ୍ଭ କରିଥିଲେ । ହନିଫ ବାବୁଙ୍କ ସ୍ମୃତିରେ ସୁଧାକର ରାଉତ ତାଙ୍କ ବକ୍ତବ୍ୟ ରଖି ଆଲୋକପାତ କରିଥିଲେ । ହାଜି ଅବଦୁଲ ମୁକିତ ଖାନ ସ୍ୱର୍ଗତ ହନିଫ ବାବୁ ଅମର ରହେ ସ୍ଲୋଗାନ ଦେଇଥିଲେ ଓ ପୌରପାଳିକାର ଅଧକ୍ଷ ଗୁଲମକ୍କୀ ଦଲୱାଜି ହବିବ ସ୍ୱର୍ଗତ ହନିଫ ବାବୁଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ । ହନିଫ ବାବୁଙ୍କ ସମାଧିଠାରେ ଫାତେହା ସରିଫ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ମିଷ୍ଟାନ ବଂଟନ କରାଯାଇଥିଲା । ଏହି ସଭାରେ ହନିଫ ସ୍ମୃତି କମିଟିର ସଭ୍ୟ ହାଜି ଫାରୁକ ଭାଇ , ହାଜି କାସିମ ଖାନ , ମହେଜ୍ୱିନ ଅଖତର, ଇକବାଲ ଖାନ, ଅବଦୁଲ ଦୟାନ ଜିଆ,ହାଜି କୈୟୁମ ସାହା , ସମ୍ବାଦଦାତା ଶେଖ ଅନୱର ପ୍ରମୁଖ ଉପସ୍ଥିତ ରହି ହନିଫଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ମହମ୍ମଦ ହନିଫ ୧୨ ଜୁଲାଇ ୧୮୯୯ ରେ ଜନ୍ମଲାଭ କରିଥିଲେ । ରେଭେନ୍ସା କଲେଜରୁ ଆଇ.ଏ.ପାସ କରି ଅବକାରୀ ଇନ୍ସପେକ୍ଟରରେ ଚାକିରୀ କରି ୧୯୨୦ ରେ ହେଦାତୁନ ନିଶା ବିବିଙ୍କ ସହିତ ବିବାହ କରିଥିଲେ । ଚାକିରୀ ଛାଡି ସ୍ୱାଧୀନତା ସଂଗ୍ରାମୀରେ ଯୋଗଦାନ କରି ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ବ୍ରହ୍ମପୁର ଜେଲରେ ମଧ୍ୟ ବନ୍ଦୀ ଜୀବନ କଟାଇଥିଲେ ଓ ଦେଶ ସ୍ୱାଧୀନ ପରେ ୧୯୫୨ ରେ ଭଦ୍ରକ ରୁ ବିଧାନସଭାକୁ ନିର୍ବାଚିତ ହୋଇ ଉପ-ବାଚସ୍ପତି ହୋଇଥିଲେ । ପରେ ସାଂସଦ ହୋଇ ୬ ଅକ୍ଟୋବର ୧୯୬୭ ରେ ଦେହାନ୍ତ ହୋଇଥିଲା। ଏହି ସଭାକୁ ହନିଫ ବାବୁଙ୍କ ନାତୀ ମିର୍ଜା ଇଜାଜ ବେଗ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande