ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନ୍ୟତମ ପୁରାତନ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସାହିତ୍ୟ ସମାଜ ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜର ସାଂସ୍କୃତିକ ସମ୍ପାଦକ ଯୁବ କବି ମନୋରଞ୍ଜନ ବିଷୋୟୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କବିତା ପାଠ କରିଥିଲେ। ସଂଗଠନ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଅତିଥି ଆବାହନ କରି ସୂଚନା ପ୍ରଦାନ କରିଥିଲେ।
କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଟିତ କବିତା ପାଠୋତ୍ସବରେ ବରିଷ୍ଠ ସାହିତ୍ୟିକ ତ୍ରିନାଥ ନାୟକ, ଭିକାରୀ ଚରଣ ମହାପାତ୍ର,ଡ ବିଜୟ ଚନ୍ଦ୍ର ମହାରଣା, ବି ସତ୍ୟମ୍ ଆଚାରୀ, ଇଂ. ଗଙ୍ଗାଧର ମହାଙ୍କୁଡ, ସୁଜିତ କୁମାର ପଣ୍ଡା, ମନ ମୋହନ ରଥ, ବଂଶୀଧର ସେଠୀ, ନୀଳକଣ୍ଠ ସାହୁ, ଗଗନ କୁମାର ଦାଶ, ହାଡ଼ିବନ୍ଧୁ ମାଳି, ଚନ୍ଦ୍ର ଶେଖର ମହାପାତ୍ର , ଶ୍ରୀମତୀ ସ୍ଵର୍ଣ୍ଣମୟୀ ପାଢୀ, ସୁଚେତା ପାଣିଗ୍ରାହୀ, ହରି କୃଷ୍ଣ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ କବି କବୟିତ୍ରୀ କବିତା ପାଠ କରିଥିଲେ। ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ