ସ୍ଵାଭିମାନ ପରିବାର ନୂଆଁଖାଇ ଉତ୍ସବ ରସରକେଲି, ଡାଲଖାଇ ଓ ଚୁଟକୁଚୁଟା ଗୀତରେ ଦର୍ଶକଙ୍କ ମନ ମୋହିଲେ
ବଲାଙ୍ଗିର, ୬ ଅକ୍ଟୋବର (ହି.ସ.)- ବଲାଙ୍ଗିର କୋସଲ କଳା ମଣ୍ଡଳ ପଡିଆରେ ବଲାଙ୍ଗିର ର ସମାଜ କାର୍ଯ୍ୟରେ ଅଗ୍ରଣୀ ସ୍ୱଭିମାନ ପରିବାର ନୂଆଁଖାଇ ଭେଟଘାଟ ଓ ଉତ୍ସବ ଆୟୋଜିତ ହୋଇଥିଲା । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ଭାଇଚାରାର ପର୍ବ ଆୟୋଜିତ ହୋଇଥିବା ବେଳେ ଏ ବର୍ଷ ଚତୁର୍ଥ ବର୍ଷର ପଦାର୍ପଣ କରିଥିଲା
ସ୍ୱାଭିମାନ ପରିବାର ନୂଆଁଖାଇ ଉତ୍ସବ ରସରକେଲି, ଡାଲଖାଇ ଓ ଚୁଟକୁଚୁଟା ଗୀତ ରେ ଦର୍ଶକଙ୍କ ମନ ମୋହିଲେ


ସ୍ୱାଭିମାନ ପରିବାର ନୂଆଁଖାଇ ଉତ୍ସବ ରସରକେଲି, ଡାଲଖାଇ ଓ ଚୁଟକୁଚୁଟା ଗୀତ ରେ ଦର୍ଶକଙ୍କ ମନ ମୋହିଲେ


ସ୍ୱାଭିମାନ ପରିବାର ନୂଆଁଖାଇ ଉତ୍ସବ ରସରକେଲି, ଡାଲଖାଇ ଓ ଚୁଟକୁଚୁଟା ଗୀତ ରେ ଦର୍ଶକଙ୍କ ମନ ମୋହିଲେ


ବଲାଙ୍ଗିର, ୬ ଅକ୍ଟୋବର (ହି.ସ.)- ବଲାଙ୍ଗିର କୋସଲ କଳା ମଣ୍ଡଳ ପଡିଆରେ ବଲାଙ୍ଗିର ର ସମାଜ କାର୍ଯ୍ୟରେ ଅଗ୍ରଣୀ ସ୍ୱଭିମାନ ପରିବାର ନୂଆଁଖାଇ ଭେଟଘାଟ ଓ ଉତ୍ସବ ଆୟୋଜିତ ହୋଇଥିଲା । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ଭାଇଚାରାର ପର୍ବ ଆୟୋଜିତ ହୋଇଥିବା ବେଳେ ଏ ବର୍ଷ ଚତୁର୍ଥ ବର୍ଷର ପଦାର୍ପଣ କରିଥିଲା । ସ୍ଵାଭିମାନ ପରିବାରର ସଭାପତି ରଶ୍ମି ରଂଜନ ସାହୁଙ୍କ ସଭାପତିତ୍ୱରେ ରିଙ୍କୁ ମିଶ୍ର ସଭା ପରିଚାଳନା କରିଥିଲେ । ପଶ୍ଚିମ ଓଡିଶାର ଜଣାଶୁଣା କଳାକାର ବ୍ୟାସଦେବ ପୁରୋହିତ ଙ୍କ କଣ୍ଠରେ ମାଁ ସମଲେଇ ଙ୍କ ବନ୍ଦନା ହୋଇ ସଭା ଅନୁଷ୍ଠିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରୁ ରୁକୁ ସୁନା, ଜୟଶ୍ରୀ ଷଡଙ୍ଗି, ସୁପ୍ରିୟା ଶର୍ମା, ହାସ୍ୟ ଅଭିନେତା ଜୋକେଶ ଜୋଜୋ ଓ ଦିବ୍ୟ ରଂଜନ ଦାଶ ବିଭିନ୍ନ କଳା ସଂସ୍କୃତିର ଗୀତ ଗାଇ ପାରଂପାରିକ ରସରକେଲି, ମାଏଲାଜଡ ଓ ଚୁଟକୁଟୁଟା ଗାଇ ବେଶ ଦର୍ଶକଙ୍କ ମନ ଛୁଇଁଥିଲେ । ସ୍ଵାଭିମାନର ପରିବାର ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ସମ୍ମାନିତ ହୋଇଥିଲେ ଜଲିଆ ଗ୍ରାମବାସୀ । ଏହି ଉଦ୍ଦେଶ୍ୟରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ ।

ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ଜ୍ୟୋତି ପଟେଲ, ସଂପାଦକ ପ୍ରଭୁ ରଂଜନ ପଟେଲ, ରାକେଶ ସାହୁ, ସଂଜିବ ସାହୁ, ପୋଲେଶ୍ୱର ସାହୁ, ଆଶିଷ ଶତପଥି, ଆକାଶ ବିଶ୍ୱାଲ, ସୁବାଷ ମଟାରୀ, ରାଜା ନାଏକ, ମନୀଷ ସାହୁ, ସୌରଭ ବିଶ୍ୱାଲ, ସୁଶାନ୍ତ ପ୍ରଧାନ । ଟୁନା ମିଶ୍ର, ଲୋଟସ ଷଡଙ୍ଗି, ଜଗପତି ସାହୁ, ତ୍ରିଲୋଚନ ସାହୁ ସମେତ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ, ସଇଁତଲା, ପାଟଣାଗଡ, ବେଲପଡା, କଣ୍ଟାବାଞ୍ଜି ସମେତ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande