କେନ୍ଦୁଝର, 6 ଅକ୍ଟୋବର (ହି.ସ.)ଆଉ କିଛିଟା ଦିନ ପରେ ଆସିଯିବ କେନ୍ଦୁଝର ପ୍ରସିଦ୍ଧ କାଳୀ ପୂଜା। ସବୁ ପୁଜା କମିଟି ଏବେ ଲାଗି ଯାଇଛନ୍ତି ପୂଜା ପ୍ରସ୍ତୁତ ରୋ ଦୀର୍ଘ ୫୬ ବର୍ଷ ଧରି କେନ୍ଦୁଝର ସହରର ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖରେ ଅନୁଷ୍ଠିତ ହେଇ ଆସୁଥିବା କାଳୀପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ କମିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବି ଜ୍ଞାନେନ୍ଦ୍ର ଜେନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକକୁ କମିଟିର ବରିଷ୍ଠ ସଦସ୍ୟ ଜୟକୃଷ୍ଣ ପଣ୍ଡା ପରିଚାଳନା କରିଥିଲେ। ଚଳିତ ବର୍ଷକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ବହୁ ବରିଷ୍ଠ ସଦସ୍ୟ, ନିମନ୍ତ୍ରିତ ବ୍ୟକ୍ତିବିଶେଷ ନିଜର ମତ ରଖୁଥିଲେ। ପ୍ରାରମ୍ଭରେ କମିଟିର ସମ୍ପାଦକ ପ୍ରମୋଦ କୁମାର ନନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା। ପୂଜାର ପ୍ରାଣ ପ୍ରତିଷ୍ଠାତା ନେତ୍ରାନନ୍ଦ ନାଏକ, ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସଦସ୍ୟ ଶିବଶଙ୍କର ସାହୁ ବରିଷ୍ଠ ଆଇନଜୀବି ଆଶିଷ ଚକ୍ରବର୍ତ୍ତୀ, ସତ୍ୟନାରାୟଣ ସୁରେଶ ସାହୁ,ଦିଲ୍ଲୀପ ପଣ୍ଡା, ମନୋଜ ବାରିକ, ପ୍ରତାପ ପାତ୍ର, ନାରାୟଣ ନାଏକ,ଦେବାଶିଷ ମିଶ୍ର, ଲିଟୁ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏହା ସହିତ ଯୁବ ସଦସ୍ୟମାନଙ୍କ ଦ୍ବାରା ଅନେକ ଅଭିନବ ପ୍ରସ୍ତାବ ଗୃହୀତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA