କେନ୍ଦୁଝର, ୬ ଅକ୍ଟୋବର (ହି.ସ.)- ଘଟଗାଁ ବ୍ଲକ ଅନ୍ତର୍ଗତ ବରବେଡା ହାଟ ଛକ, ୨୦ ନମ୍ବର ଜାତୀୟ ରାଜପଥ ଠାରୁ,ସାନ ନୂଆଗାଁ, ଶଗଡ଼ିଆ,ଖୁଣ୍ଟାପଡା ଜଙ୍ଗଲ ଛକ ପର୍ଯ୍ୟନ୍ତ ତିଆରି ହେଉଅଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିନରେ କାମ ଚାଲୁ ରହିଥିବା ବେଳେ ବର୍ତ୍ତମାନ ଶଗଡ଼ିଆ ଏବଂ ସାନ ନୂଆଗାଁ ମଝିରେ ବହି ଯାଇଛି ଡଙ୍ଗାଧର ନଦୀ। ଏଠାରେ ପୂର୍ବରୁ ଥିବା ପୁରୁଣା ବ୍ରିଜ୍ କୁ ଭାଙ୍ଗି ନୂଆ ବ୍ରିଜ୍ କାମ ଚାଲୁଅଛି ତାହା ଏବେ ପିଲର କରି ଛାଡ଼ି ଦେଇଛନ୍ତି। ଅନ୍ୟପଟରେ ଏକ ଦୁର୍ବଳ ଅସ୍ଥାୟୀ ପୋଲ ତିଆରି ହୋଇଥିଲା ସେ ପୋଲ ଏବେ ଧୋଇ ହୋଇଯାଇଛି ଫଳରେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯଥାଶୀଘ୍ର ଅସ୍ଥାୟୀ ପୋଲକୁ ତିଆରି କରିବାକୁ ଦାବି ହୋଇଛି। ଢେଙ୍କିକୋଟକୁ ଏହି ରାସ୍ତାରେ ଯିବା ପାଇଁ ୪ କି.ମି. ହୋଇଥାଏ ଅନ୍ୟପଟେ ବୁଲିକି ଗଲେ ବହୁ ବାଟ ଯିବାକୁ ପଡିଥାଏ। ସାନ ନୂଆଗାଁ ଗ୍ରାମର ଛାତ୍ର ଛାତ୍ରୀ ମାନେ ହଳଧରପୁର ଉଚ୍ଚ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥାନ୍ତି। ପୋଲ ଧୋଇ ଯିବାରୁ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଠିକାଦାରଙ୍କ ଦେଖା ମଧ୍ୟ ମିଳୁନାହିଁ। ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚୁପ୍ ଚାପ୍ ହୋଇ ବସି ପଡ଼ିଛନ୍ତି ଯାହାଫଳରେ ସମସ୍ତେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା, ଯଥାଶୀଘ୍ର ପୋଲ ନିର୍ମାଣ କରାଇବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA