ଜୟପୁର, ୬ ଅକ୍ଟୋବର (ହି.ସ.)- ପରଫେକ୍ଟ ହୁଇଲ ସ୍କାନ ଆପୋଲ ଟାୟାର ଦୋକାନରୁ ଚୋରି ହୋଇଛି । ଏନେଇ ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଜୟପୁର ସହର ହାଟପଦା ସ୍ଥିତ ଏହି ଟାୟାର ଦୋକାନରେ ଦୁର୍ବୂତମାନେ ପଶି ଲ୍ୟାପଟପ, ୧୫ ହଜାର ନଗଦ ଟଙ୍କା ସହ ଅଫିସରେ ଥିବା ୫ଟି ଟାୟାର ଓ ଗୋଦାମର୬୦ ଟାୟାର ଚୋରି ହୋଇଛି । ଗତକାଲି ଦୋକାନରେ ଅପରାହ୍ନ ୩ଟା ଯାଏ କାମ କରି ଦୋକାନ ବନ୍ଦ ହୋଇଥିଲା । ରାତ୍ର ସମୟରେ ଦୁର୍ବୂତମାନେ ପଶି ସିସି କ୍ୟାମେରା ଭାଙ୍ଗି ଦେଇଛନ୍ତି । ସକାଳେ ସୂଚନା ପାଇ ଦୋକାନ ମାଲିକ ଏ ଶ୍ରିନୁ ଦେଖିବା ବେଳେ ଦୁର୍ବୂତ ମାନେ ଦୋକାନ ଓ ଗୋଦାମରେ ପଶି ଚୋରି କରିଥିବା ଜାଣି ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚୋରି ହୋଇଥିବା ଟାୟାରର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି ଦୋକାନର ମାଲିକ ସୂଚନା ଦେଇଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଧାନି କୁକୁର ମଧ୍ୟ ତଦନ୍ତ କରିଛି । ଚୋରି ଦୃଶ୍ୟ ସବୁ ସିସି କ୍ୟାମେରାରେ କଏଦ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି