କୋରେଇ, ୬ ଅକ୍ଟୋବର (ହି.ସ.)- ପାଣିକୋଇଲିର ଜଣାସୁଣା ଯୁବ ବ୍ୟବସାୟୀ ଟ୍ରାନ୍ସପୋର୍ଟ ତଥା ଟ୍ରକ ବ୍ରବସାୟ କରୁଥିବା ସୁନିଲ କୁମାର ନାୟକଙ୍କ ୪୩ ବର୍ଷ ବୟସରେ ଆଜି ମୃତ୍ୟୁ ଘଟିଛି । କିଛି ଦିନ ହେବ ସେ କିଡିନୀ ରୋଗରେ ପଡି ଚିକିତ୍ସିତ ହେଉଥିଲେ । ତାଙ୍କ ଦେହ ସୁସ୍ଥ ହେବା ପରିବର୍ତେ ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ପାଣିକୋଇଲି ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଟ୍ରକ ମାଲିକ ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଥିଲା । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନେଇ ଶେଷକୃତ କରାଯାଇଥିଲା । ଏକ ମାତ୍ର ପୁତ୍ର ଆୟୁଷ ନାୟକ ମୁଖାଗ୍ନୀ ଦେଇଥିଲେ ।
ପ୍ରକାଶ ଥାଉକି, ପାଣିକୋଇଲି ପୂର୍ତ ବିଭାଗ କାର୍ଯ୍ୟାଳୟର ମୁଖ୍ୟ କିରଣୀ ଭାବେ କାର୍ଯ୍ୟକରି ତାଙ୍କ ବାପା ସୁେରେନ୍ଦ୍ର ନାୟକ ଦୀର୍ଘ ବର୍ଷ ହେବ ପଥରପଦା ବେଂଗାସାହି ନିକଟରେ ଘର କରି ରହୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ