ଗରାପୁର ଶିରିଡି ସାଇ ମନ୍ଦିରରେ ସାଇବାବାଙ୍କର ସମାଧି ଦିବସ
କେନ୍ଦ୍ରାପଡା 6 ଅକ୍ଟୋବର (ହି.ସ.)ଶିରିଡି ସାଇ ମନ୍ଦିର, ଗରାପୁର ଠାରେ ବାବାଙ୍କର ସମାଧି ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି । ପ୍ରାତଃ କାଳ ରେ କଳସାଧିବାସ ଓ ତତ୍ପରେ ଶାନ୍ତିହୋମ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ରେ ମହାଭିଷେକ ଓ ଆଳତି ରେ ବହୁଭକ୍ତ ଯୋଗ ଦେଇଥିଲେ । ଏହି ଉତ୍ସବ ଶିରିଡି ସାଇ
ଗରାପୁର ଶିରିଡି ସାଇ ମନ୍ଦିରରେ ସାଇବାବାଙ୍କର ସମାଧି ଦିବସ


କେନ୍ଦ୍ରାପଡା 6 ଅକ୍ଟୋବର (ହି.ସ.)ଶିରିଡି ସାଇ ମନ୍ଦିର, ଗରାପୁର ଠାରେ ବାବାଙ୍କର ସମାଧି ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି । ପ୍ରାତଃ କାଳ ରେ କଳସାଧିବାସ ଓ ତତ୍ପରେ ଶାନ୍ତିହୋମ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ରେ ମହାଭିଷେକ ଓ ଆଳତି ରେ ବହୁଭକ୍ତ ଯୋଗ ଦେଇଥିଲେ । ଏହି ଉତ୍ସବ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ପୂର୍ବତନ ସାଂସଦ ଅର୍ଚନା ନାୟକଙ୍କ ଉପସ୍ଥିତିରେ ସବୁକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା । ଉତ୍ସବରେ ମହାକାଳପଡ଼ାର ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆୟାର ସପରିବାର ଯୋଗ ଦେଇଥିଲେ । ଉତ୍ସବକୁ ଟ୍ରଷ୍ଟର କାର୍ଯ୍ୟକର୍ତା ବିକ୍ରମାଦିତ୍ୟ ସାହୁ, ସମାଜସେବୀ ପ୍ରଶାନ୍ତ ସେଠୀ, ଦୀପକ ବେହେରା, ଚିଦାନନ୍ଦ ଚୌଧୁରୀ, ମାନସ ଧଳ, ମୃଣଳକାନ୍ତ ନାୟକ, ଚିତତ୍ତରଞ୍ଜନ ଧଳ, ଅନିଲ ଧଳ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande