ଭୁବନେଶ୍ୱର, 6 ଅକ୍ଟୋବର (ହି.ସ.)- ରାଜ୍ୟ ସରକାରଙ୍କ ନୂଆପଡ଼ା କାର୍ଯ୍ୟକ୍ରମକୁ ନେଇ ବିଜେଡ଼ି ବିଧାୟକ ଅରୁଣ
ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବାହାଘର ବେଳେ ବାଇଗଣ ରୁଆ ନୀତି
ଆପଣାଇଛନ୍ତି ସରକାର । ୧୫ ମାସ ହେଲା କିଛି କାମ କଲେ ନାହିଁ ରାଜ୍ୟ ସରକାର । ଯାହା ପଇସା
ଦିଆଯାଇଥିଲା ତାହାକୁ ଫେରାଇ ନେଲେ । ଆମ ଓଡ଼ିଶା ଓ ନବୀନ ଓଡିଶାରେ ଯେଉଁ ଟଙ୍କା ଦିଆଯାଇଥିଲା
ତାହା ବିଜେପି ସରକାର ଫେରାଇ ନେଲେ । ସାଉଁଟିବା କାଣ୍ଡ ଯୁଦ୍ଧକୁ ପାଏନି ଏ କଥା ବିଜେପି ବୁଝିବା
ଦରକାର । ଏବେ ନୂଆପଡ଼ା ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜାଣି ମୁଖ୍ୟମନ୍ତ୍ରୀ ଏପରି
ପ୍ୟାକେଜ ଘୋଷଣା କରିଛନ୍ତି । ଲୋକେ ଏହା ବୁଝି ଗଲେଣି । ନୂଆପଡାରେ ବିଜେପି ଚତୁର୍ଥ ସ୍ଥାନକୁ
ଚାଲିଯିବ । କାମ ନକରି ଟଙ୍କା ଦେଲେ କଣ ହେବ । ସେ ପଇସା ମିଳିବ କି ନାହିଁ ଜଣା ନାହିଁ ।
ବିଜେଡି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦିଏ, ତାହା
ପରବର୍ତ୍ତୀ ସମୟରେ ପୂରଣ କରେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା